‌ସୋସିଆଲ ମିଡିଆରେ ଟିକେଟ୍‌ କଳାବଜାର

Advertisment

୬ଗୁଣରୁ ଅଧିକ ଦରରେ ବିକ୍ରି ପାଇଁ ବିଜ୍ଞାପନ

୬ଗୁଣରୁ ଅଧିକ ଦରରେ ବିକ୍ରି ପାଇଁ ବିଜ୍ଞାପନ

‌ସୋସିଆଲ ମିଡିଆରେ ଟିକେଟ୍‌ କଳାବଜାର

InsideSport

ଭୁବନେଶ୍ବର: ରାତିରୁ ଧାଡ଼ି ବାନ୍ଧିଲେ। ଦିନରେ ଖରା‌ରେ ସିଝିଲେ, ଗୁଳୁଗୁଳିରେ ଅଣନିଶ୍ବାସୀ ହେଲେ। ଠେଲାପେଲା ହେବାରୁ ପୁଲିସ୍‌ର ଲାଠିମାଡ଼ ବି ଖାଇଲେ। ଖଣ୍ଡିଏ ଟିକେଟ୍‌ ପାଇଁ ବାରବାଟୀ ଷ୍ଟାଡିୟମ୍‌ ଆଗରେ ପାଖାପାଖି ୧୨ ଘଣ୍ଟା ଅଧିଆ ପଡ଼ିବା ପରେ ବି ବହୁ କ୍ରିକେଟ୍‌ପ୍ରେମୀ ନିରାଶ ହେଲେ। କାନମୁଣ୍ଡା ଆଉଁସି ଘରକୁ ଫେରି ଆସିଲେ ସିନା ଟିକେଟ୍‌ ପାଇ‌ଲେନି। କିନ୍ତୁ ଏବେ ବିଭିନ୍ନ ସୋସିଆଲ ମିଡିଆ ଓ ଓଏଲ୍‌ଏକ୍ସରେ ପୁଳାପୁଳା ଟିକେଟ୍‌ ଉପଲବ୍ଧ ହେଉଛି। ମାତ୍ର ତା’ର ଦାମ୍‌ ୬ ଗୁଣା ଅଧିକ।

୧ ଓ ୨ ନମ୍ବର ଗ୍ୟାଲେରି ପାଇଁ ଟିକେଟ୍‌ର ପ୍ରକୃତ ମୂଲ୍ୟ ୯ଶହ ଟଙ୍କା ଥିବା ବେଳେ ତାହା ସାଢ଼େ ୫ହଜାର ଟଙ୍କାରେ ବିକ୍ରି ହେଉଛି। ସେହିପରି ୨ ଓ ୪ନମ୍ବର ଗ୍ୟାଲେରି ପାଇଁ ଟିକେଟ୍‌ ମୂଲ୍ୟ ୭ଶହ ଟଙ୍କା ଥିବା ବେଳେ ତାହା ଏବେ ସାଢ଼େ ୪ହଜାର ଟଙ୍କା, ୫ ନମ୍ବର ଗ୍ୟାଲେରି ପାଇଁ ଟିକେଟ୍‌ ଦର ୭ଶହ ବଦଳରେ ୪ହଜାର ଏବଂ ୬ ଓ ୭ ନମ୍ବର ଗ୍ୟାଲେରି ପାଇଁ ଟିକେଟ୍‌ ମୂଲ୍ୟ ୩ଶହ ଓ ୬ଶହ ଟଙ୍କା ଥିବା ବେଳେ ତାହା ସାଢ଼େ ୩ ହଜାର ଟଙ୍କା‌ରେ ବିକ୍ରି ହେଉଛି। କାଉଣ୍ଟର୍‌‌ରେ ଗଳି ପଶି ଟିକେଟ୍‌ କିଣିବା ପରେ ଦଲାଲମାନେ ତାକୁ ଏବେ ଆକାଶଛୁଆଁ ଦରରେ ବିକୁଛନ୍ତି। ଓଏଲ୍‌ଏକ୍ସ ସହ ବିଭିନ୍ନ ସୋସିଆଲ୍‌ ମିଡିଆ ସାଇଟ୍‌ରେ ବିଜ୍ଞାପନ ଦେଉଛନ୍ତି। ‌ସେଥିରେ ଯୋଗାଯୋଗ କରିବାକୁ ନମ୍ବର ମଧ୍ୟ ଦିଆଯାଉଛି। ଟିକେଟ୍‌ର ଏପରି ଖୋଲା‌ଖୋଲି କଳାବଜାର ଚାଲିଥିଲେ ହେଁ ରୋକିବାକୁ କେହି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe