ଭୁବନେଶ୍ୱର: ରାଜଧାନୀର ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟ କ୍ଷେତ୍ରରେ ନୂଆ ଦିଗ ଦେଖାଉଥିବା ଟିଆଇଇ ଭୁବନେଶ୍ୱରର ବାର୍ଷିକ ସମ୍ମିଳନୀ ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.ବାଲକ୍ରିଷ୍ଣନ, ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍.ଏନ୍ ଗୁପ୍ତା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୁବ ଉଦ୍ୟୋଗୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା, ରାଜ୍ୟରେ ଥିବା ସୁବିଧା ସୁଯୋଗ ବିଷୟରେ କହିଥିଲେ। ଏହାସହ ମେକ୍ ଇନ୍ ଓଡ଼ିଶା-୨୦୧୮ରେ ଯୋଗଦେବାକୁ ଆହ୍ଵାନ ବି ଦେଇଥିଲେ। ଟିଆଇଇ ଭୁବନେଶ୍ୱରର ସଭାପତି ରାଜୀବ ଶେଖର ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ସୁନିଲ ତନେଜା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଟିଆଇଇ ଭୁବନେଶ୍ୱରର ନୂତନ ସଭାପତି ଭାବେ ଦେବାଶିଷ ପଟ୍ଟନାୟକ ଦାୟିତ୍ୱ ନେଇଥିଲେ। ସୁନିଲ ତନେଜା ଉପସଭାପତି ହୋଇଥିବାବେଳେ ଧର୍ମାଦିତ୍ୟ ପଟ୍ଟନାୟକ ସମ୍ପାଦକ ଭାବେ ଦାୟିତ୍ୱ ନେଇଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଟିଆଇଇ ଭୁବନେଶ୍ୱର ଏବେ କେବଳ ଭୁବନେଶ୍ୱର ମଧ୍ୟରେ ସୀମିତ ନ ରହି ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଥିବା ଯୁବ ଉଦ୍ୟୋଗୀଙ୍କ ନିକଟରେ ପହଞ୍ଚିବ। ଏହି ଅବସରରେ ୫ଟି ନୂଆ ଷ୍ଟାର୍ଟ ଅପ୍ ସଂସ୍ଥା ଇକ୍ୱିରିଆ, ଓ୍ଵିମି, ଟ୍ରିପଟେଲ୍ସ, ଡିଡି ବାଇଓଟେକ୍ ଏବଂ ସ୍ୱର୍ଗଦ୍ୱାର ଡଟ୍ କମ୍କୁ ଟିଆଇଇ ଭୁବନେଶ୍ୱର ଦିଗଦର୍ଶନ ଦେବ ବୋଲି ଘୋଷଣା କରାଯାଇଥିଲା।
ଟିଆଇଇ ଭୁବନେଶ୍ୱରର ବାର୍ଷିକ ସମ୍ମିଳନୀ
Advertisment
Follow Us