ହିଂସ୍ର ହେବେ ଚିଡ଼ିଆଖାନାରେ ଜନ୍ମିତ ବାଘ

Advertisment

ବେଙ୍ଗାଲୁରୁ ପ୍ରାଣୀବିଜ୍ଞାନ କେନ୍ଦ୍ର ସହ ମିଶି ହେବ ଜେନେଟିକ୍‌ ଅଧ୍ୟୟନ

ବେଙ୍ଗାଲୁରୁ ପ୍ରାଣୀବିଜ୍ଞାନ କେନ୍ଦ୍ର ସହ ମିଶି ହେବ ଜେନେଟିକ୍‌ ଅଧ୍ୟୟନ

ହିଂସ୍ର ହେବେ ଚିଡ଼ିଆଖାନାରେ ଜନ୍ମିତ ବାଘ

ଭୁବନେଶ୍ବର : ଓଡ଼ିଶାରେ ବାଘ ସଂକଟ ଦୂର ଲାଗି ନୂଆ ଯୋଜନା ଚିନ୍ତା କରାଯାଉଛି। ନନ୍ଦନକାନନ ଚିଡ଼ିଆଖାନାରେ ଜନ୍ମିତ ବାଘକୁ ହିଂସ୍ର କରାଯିବ। ତା’ପରେ ସେମାନଙ୍କୁ ଜଙ୍ଗଲରେ ଛାଡ଼ି ଓଡ଼ିଶା ଜଙ୍ଗଲରେ ବାଘବଂଶ ବୃଦ୍ଧି କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ଲାନ୍‌ ‘ଏ’ ତଥା ସାତକୋଶିଆରେ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ବିଫଳ ହେବା ପରେ ଏବେ ପ୍ଲାନ ‘ବି’ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ନନ୍ଦନକାନନରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବା ନେଇ ଖୁବ୍‌ଶୀଘ୍ର ନୂଆ ଅଧ୍ୟୟନ ଆରମ୍ଭ ହେବ। ବେଙ୍ଗାଲୁରୁର ପ୍ରାଣୀ ବିଜ୍ଞାନ ଜାତୀୟ କେନ୍ଦ୍ର ସହ ମିଶି ପ୍ରଥମ ପର୍ଯ୍ୟାୟରେ ଚିଡ଼ିଆଖାନା ବାଘମାନଙ୍କ ଜେନେଟିକ୍‌ ଅଧ୍ୟୟନ ହେବ। ଥରେ ଏହି ଅଧ୍ୟୟନ ଆରମ୍ଭ ହେଲେ ୬ମାସରୁ ବର୍ଷେ ଭିତରେ ଫଳ ବାହାରିବ। ପରେ ଜଙ୍ଗଲୀ ବାଘ ବ୍ରିଡିଂ କରାଯାଇ ବାଘ ସଂକଟ ଦୂର କରାଯିବ ବୋଲି ବିଶ୍ବ ବାଘ ଦିବସ ପାଳନ ଅବସରରେ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ବାଘ ବଂଶ ବୃଦ୍ଧି ଲାଗି ରାଜ୍ୟ ସରକାର ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ବାଘ ଓ ବାନ୍ଧବଗଡ଼ ଅଭୟାରଣ୍ୟରୁ ବାଘୁଣୀ ‘ସୁନ୍ଦରୀ’କୁ ଆଣିଥିଲେ। ଏହି ବାଘ ଓ ବାଘୁଣୀକୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ମାତ୍ର ତାହା ସଫଳ ହୋଇ ନ ଥିଲା। ଅଭୟାରଣ୍ୟର ଘଞ୍ଚ ଅଞ୍ଚଳରେ ବାଘକୁ ଛଡ଼ାଯାଇଥିଲେ ମଧ୍ୟ ସେ ଆଉ ଫେରି ନଥିଲା। ସେଠାରେ ହିଁ ତାହାର ମୃତ୍ୟୁ ହୋଇଥିଲା। ସେହିପରି ‘ସୁନ୍ଦରୀ’ ଘଞ୍ଚ ଅରଣ୍ୟକୁ ଗଲାନାହିଁ। ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲିଲା ଏବଂ ଶିକାର କଲା। ଗାଁରେ ପଶି ଲୋକଙ୍କୁ ଶିକାର କରିଥିବା ଅଭିଯୋଗ ହେବା ପରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ତାକୁ ଟ୍ରାଙ୍କୁଲାଇଜ୍‌ କରି କିଛି ଦିନ ବନ୍ଦୀ କରି ରଖାଯିବା ପରେ ମଧ୍ୟପ୍ରଦେଶକୁ ଫେରାଇ ନିଆଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe