ମଝିହରାରେ ହେଟା ଆତଙ୍କ

ମଝିହରାରେ ହେଟା ଆତଙ୍କ

YouTube

ବାଲିପାଟଣା : ଧାନହରା ପରେ ଏବେ ମଝିହରାରେ ହେଟା ଆତଙ୍କ ଖେଳି ଯାଇଛି। ପ୍ରାୟ ୨ ମାସ ପରେ ପୁଣି ସେହି ଅଞ୍ଚଳରେ ହେଟା ବୁଲୁଥିବା ଜଣାପଡ଼ିବା ପରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି। ଲୋକେ ଠେଙ୍ଗାବାଡ଼ି ଧରି ଜଗି ରହିଥିଲେ ହେଁ ଭୟରେ ଗାଁରେ ତାଟି କବାଟ ପଡ଼ି ଯାଇଛି। ଗତ ମଙ୍ଗଳବାର ମଝିହରା ଗାଁର ଜଣେ ଯୁବତୀ ଛେଳି ଚରାଇବା ପାଇଁ ଯାଇଥିଲେ। ପ୍ରାୟ ୧୧ଟା ସମୟରେ କୌଣସି ଏକ ଜଙ୍ଗଲୀ ଜନ୍ତୁ ତାଙ୍କ ଗୋଠରୁ ଗୋଟିଏ ଛେଳିକୁ ପାଖ ବଣ ଭିତରକୁ ଟାଣି ନେଇଥିଲା। ଯୁବତୀଜଣକ ତାକୁ ଏକ ବାଘ ବୋଲି ଲୋକଙ୍କୁ କହିଥିଲେ। ଗାଁ ଲୋକମାନେ ଘଟଣାସ୍ଥଳକୁ ଯାଇ ଉକ୍ତ ଜନ୍ତୁର ପାଦ ଚିହ୍ନ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ ଗାଁରେ ପହଞ୍ଚି ଉକ୍ତ ପାଦଚି଼ହ୍ନ ପଡ଼ିଥିବା ସ୍ଥାନକୁ ଯାଇଥିଲେ ଓ ଜନ୍ତୁଟି ଏକ ହେଟା ବାଘ ବା ଗଧିଆ ବୋଲି କହିଥିଲେ। ଆଜି ବନ ବିଭାଗ ତରଫରୁ ଗାଁରେ ପୋଷ୍ଟର ଲଗାଯାଇଛି ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ କରାଯାଇଛି। ବନାଞ୍ଚଳ ଅଧିକାରୀ ଶ୍ରୀ ଦାସଙ୍କ ସୂଚନା ଅନୁସାରେ ବର୍ଷା ଦିନରେ ହେଟା ଜଙ୍ଗଲ ଓ ଘଞ୍ଚବଣ ବୁଦାରେ ଗାତ ଖୋଳି ଛୁଆ ଜନ୍ମ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe