ଦୁଇ ଦିନିଆ ରିମାଣ୍ଡରେ ବାଘଛାଲ ବେପାରୀ

Advertisment
ଦୁଇ ଦିନିଆ ରିମାଣ୍ଡରେ ବାଘଛାଲ ବେପାରୀ

ଭୁବନେଶ୍ବର : କଲରାପତରିଆ ବାଘଛାଲ ଜବତ ଘଟଣାରେ ଭୁବନେଶ୍ବରରୁ ଗିରଫ ଅଭିଯୁକ୍ତ ପ୍ରଶାନ୍ତ ନାୟକକୁ ଆଜି ଦୁଇଦିନିଆ ରିମାଣ୍ଡରେ ଆଣିଛି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌। ଗତ ମଙ୍ଗଳବାର ତାକୁ କୋର୍ଟ ଚାଲାଣ ବେଳେ ଏସ୍‌ଟିଏଫ୍‌ ୫ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ଦୁଇ ଦିନର ରିମାଣ୍ଡ ମଂଜୁର କରିଥିଲେ। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ପ୍ରଶାନ୍ତ ବାଇକ୍‌ ଡିକିରେ ବାଘଛାଲ ନେଇ ଗ୍ରାହକଙ୍କ ପାଖକୁ ଯିବା ବେଳେ ବରମୁଣ୍ଡା କାଳୀମନ୍ଦିର ନିକଟରୁ ତାକୁ ଏସ୍‌ଟିଏଫ୍‌ର ଏକ ଟିମ୍‌ ଗିରଫ କରିଥିଲା। ତା’ ଘର ମୟୂରଭଞ୍ଜ କରଞ୍ଜିଆ ରଡ଼ଙ୍ଗ ଗ୍ରାମରେ ହୋଇଥିବା ବେଳେ ଏଠାରେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଗାଡ଼ି ଚାଳକ ଭାବେ କାମ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe