ଜେଲରେ ଟିଟୋର ଖଟି ଭିଡିଓ ଭାଇରାଲ୍ ପ୍ରସଙ୍ଗ, ଆରମ୍ଭ ହେଲା ତନାଘନା

Advertisment
ଝାରପଡ଼ା ଜେଲରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ, ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ

image Credit : Telegraph

ଭୁବନେଶ୍ବର: ଝାରପଡ଼ା ଜେଲ୍‌ରେ ଗ୍ୟାଙ୍ଗଷ୍ଟର୍‌ ଟିଟୋର ଖଟି ଓ କଏଦୀଙ୍କ ହାତରେ ସ୍ମାର୍ଟଫୋନ୍ ଭିଡିଓ ଭାଇରାଲ୍ ଘଟଣାକୁ ନେଇ ଆରମ୍ଭ ହୋଇଛି ତନାଘନା। ଏହି ଘଟଣାକୁ ଅତି ଗୁରୁତ୍ବର ସହ ନେଇଛି ଜେଲ୍‌ ବିଭାଗ। ଭାଇରାଲ୍ ଭିଡିଓ ସମ୍ପର୍କରେ ସବିଶେଷ ତଥ୍ୟ ନଥିଲେ ମଧ୍ୟ ନିରପେକ୍ଷ ତଦନ୍ତ କରିବା ଲାଗି ଆଜି ଜେଲ୍ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଝାରପଡ଼ା ଜେଲ ଅଧୀକ୍ଷକ ଡି.ଏନ୍ ବାରିକ ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲକ୍ଷ୍ମୀସାଗର ଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଭାଇରାଲ୍ ଭିଡିଓ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ସଦ୍ୟ ରେକର୍ଡିଂ ହୋଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। କଡ଼ା ସୁରକ୍ଷାବଳୟ ଭିତରେ ରହିଥିବା ଝାରପଡ଼ା ଜେଲ୍ ଭିତରକୁ ମୋବାଇଲ ଫୋନ୍ କେମିତି ଗଲା ଓ କିଏ ଏହି ଭିଡିଓ ରେକର୍ଡ଼ିଂ କଲା, ତାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ? ଯେଉଁ ଭିଡିଓ ବାହାରକୁ ଆସିଛି, ସେଥିରେ ଟିଟୋ ଓ ହାତଗଣତି କଏଦୀ ଥିବା କୁହାଯାଉଛି। କିଛି ଦୂରରେ ଦୁଇ ଜଣ ମୋବାଇଲ ଫୋନରେ ଛିଡ଼ା ହୋଇ କଥା ହେଉଛନ୍ତି। ସେହିଠାରେ ହିଁ ଏହି ଭିଡିଓ ରେକର୍ଡିଂ କରାଯାଇଥିବା ଅନୁମାନ କରାଯାଉଛି। କେହି କଏଦୀ କିମ୍ବା କର୍ମଚାରୀ ଏହି ଭିଡିଓ ରେକର୍ଡିଂ କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ଏହା କେବଳ ଗୋଟିଏ ଘଟଣା ନୁହେଁ, ପୂର୍ବରୁ ଜେଲ୍ ଭିତରକୁ ଅନେକଥର ମୋବାଇଲ ଯିବା ଓ ଭିଡିଓ ଭାଇରାଲ୍ ଘଟଣା ପଦାକୁ ଆସିଛି। ଏହା ପଛରେ ଜେଲର କିଛି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ହାତ ରହିଥିବା ଅନୁମାନ କରାଯାଉଛି। ସେହି କର୍ମଚାରୀଙ୍କ ଜରିଆ‌‌‌ରେ ଜେଲ୍‌ ଭିତରକୁ ମୋବାଇଲ ଫୋନ୍ ଯାଉଥିବା ସନ୍ଦେହ ପ୍ରକାଶ ପାଇଛି। ଜେଲ ପ୍ରବେଶ ଫାଟକ ନିକଟରେ କଡ଼ା ଯାଞ୍ଚ ସହ ମେଟାଲ୍ ଡିଟେକ୍ଟର ମଧ୍ୟ ରହିଛି। କର୍ମଚାରୀଙ୍କ ବିନା ମୋବାଇଲ ଜେଲ୍ ଭିତରକୁ ଯିବା ସମ୍ଭବ ନୁହେଁ ବୋଲି କୁହାଯାଉଛି। ତେବେ ତଦନ୍ତ ପରେ ସମ୍ପୃକ୍ତ କର୍ମଚାରୀଙ୍କ ଚେହେରା ପଦାକୁ ଆସିବ ବୋଲି କୁହାଯାଉଛି। ଖାଲି ମୋବାଇଲ୍ ନୁହେଁ, ଅନେକ ସମୟରେ ନିଶାଦ୍ରବ୍ୟ, ଆପତ୍ତିଜନକ ସାମଗ୍ରୀ ଜେଲ୍ ଭିତରକୁ ଯାଉଥିବାର ମଧ୍ୟ ଅନେକ ଅଭିଯୋଗ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe