ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୩% ବୃଦ୍ଧି

Advertisment

ଆୟକର ଦିବସ ପାଳିତ

ଆୟକର ଦିବସ ପାଳିତ

ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୩% ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ପ୍ରତ୍ୟକ୍ଷ କର ଆଦାୟରେ ୧୩% ବୃଦ୍ଧି ହୋଇଛି। ୨୦୧୭-୧୮ରେ ମୋଟ ୧୦,୫୩୫ କୋଟି ଟଙ୍କାର ପ୍ରତ୍ୟକ୍ଷ କର ଆଦାୟ କରାଯାଇଛି ବୋଲି ପ୍ରମୁଖ ଆୟକର ଆୟୁକ୍ତ (୧ଓ ୨) ଭୁବନେଶ୍ୱର, ସୁବ୍ରତ ମିଶ୍ର କହିଛନ୍ତି। ଆୟକର ଭବନରେ ଆୟୋଜିତ ଆୟକର ଦିବସ ପାଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ସେ କହିଲେ, ରାଜ୍ୟରେ ନାଲ୍‌କୋ, ଓଏମ୍‌ସି ଓ ଏମ୍‌ସିଏଲ୍‌ ଭଳି ସଂସ୍ଥା ଟିକସ ପ୍ରଦାନ କ୍ଷେତ୍ରରେ ଆଗରେ ରହିଛନ୍ତି।

ଏହି ଅବସରରେ ଓୟୁଏଟିର କୁଳପତି ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ, ଆଇସିଏଆଇ ଭୁବନେଶ୍ୱର ଶାଖାର ଚେୟାରମ୍ୟାନ୍‌ ଚିରଞ୍ଜୀବୀ ଜେନା, ଜିଏସ୍‌ଟି କମିସନର, ଭୁବନେଶ୍ୱର ଦୀପ ଶେଖର ଓ ଆୟକର ଆୟୁକ୍ତ (ପ୍ରଶାସନ ଓ ଟିପିଏସ୍‌) ସରୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶାର ମାଉଣ୍ଟେନ୍‌ ମ୍ୟାନ୍‌ ଜଳନ୍ଧର ନାଏକ ଓ କ୍ରୀଡ଼ାବିତ୍‌ ମନ୍ଦାକିନୀ ମାଝୀଙ୍କୁ ସମ୍ବର୍ଧିତ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ‘ଆୟକର ଚଢ଼ଉ’ ଉପରେ ଆୟୋଜିତ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି। ଆୟକର ଦିବସ ପାଳନର ଅଂଶସ୍ୱରୂପ ଆଜି ସକାଳ ସାଢ଼େ ୬ଟାରେ କଳିଙ୍ଗ ଷ୍ଟାଡିୟମ୍‌ରୁ ଆୟକର ଭବନ ପର୍ଯ୍ୟନ୍ତ ଏକ ମାରାଥନ୍‌ ଦୌଡ଼ ଆୟୋଜନ କରାଯାଇଥିଲା। ସେଥିରେ ୨୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଆୟକର ରିକ୍ରେସନ୍‌ କ୍ଲବ୍‌ ଆଣ୍ଡ୍‌ େଓ୍ଵଲ୍‌ଫେୟାର ଆସୋସସିଏସନ୍‌ ପକ୍ଷରୁ ଦ୍ୱିତୀୟ ପୋଷ୍ଟାଲ୍‌ କଲୋନିରେ ଥିବା ସରକାରୀ ସ୍କୁଲ୍‌ରେ ବିଭିନ୍ନ ଶିକ୍ଷା ଉପକରଣ ବଣ୍ଟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe