ଛାଡ଼ଖାଇ ବଜାର ଦର ଆକାଶ ଛୁଆଁ; ମଟନ୍‌ ୮୦୦, ଦେଶୀ ଗଞ୍ଜା ୪୫୦, ପାମ୍ପଲେଟ୍‌ ୧୦୦୦

ଛାଡ଼ଖାଇ ବଜାର ଦର ଆକାଶ ଛୁଆଁ; ମଟନ୍‌ ୮୦୦, ଦେଶୀ ଗଞ୍ଜା ୪୫୦, ପାମ୍ପଲେଟ୍‌ ୧୦୦୦

ଭୁବନେଶ୍ୱର: ଆଜି ଛାଡ଼ଖାଇ। ରାଜଧାନୀ ଭୁବନେଶ୍ବରର ଆମୀଷ ବଜାରରେ ଦର ଆକାଶ ଛୁଆଁ। ମାସ ସାରା କାର୍ତ୍ତିକ ବ୍ରତ ପାଳିଥିବା ଲୋକେ ଆମିଷ ଟିକେ ଖାଇବା ପାଇଁ ଲୋକ ମେନ୍ୟୁ ପ୍ରସ୍ତୁତ କରି ସାରିଥିବା ବେଳେ ବଜାର ଦର ଦେଖି ଛାନିଆ। କିଏ ମଟନ୍‌ ଆଣିବାକୁ ସ୍ଥିର କରିଛି ତ କିଏ ଚିକେନ୍‌; ପୁଣି କାହା ମେନ୍ୟୁରେ ମାଛ ଓ ଅଣ୍ଡା ରହିଛି। ଏଥର ଛାଡ଼ଖାଇ ବୁଧବାର ପଡୁଥିବାର ଭିଡ଼ ଆହୁରି ଅଧିକ।

ମିଳିଥିବା ସୂଚନା ମୁତାବକ, ଛାଡ଼ଖାଇ ଅବସରରେ ମଟନ କିଲୋ ପିଛା ଦର ୮୦୦ ଟଙ୍କା ରହିଥିବା ବେଳେ ବଏଲର୍‌ ଚିକେନ ଦର ରହିଛି ୨୫୦, ଦେଶୀ ଗଞ୍ଜା ଗୋଟା ୪୫୦ ଟଙ୍କା, ବାଗଦା ଚିଙ୍ଗୁଡ଼ି କିଲୋ ପିଛା ୪୦୦ ରୁ ୬୦୦ ଟଙ୍କା, ଭାକୁର କିଲୋ ପିଛା ୨୦୦, ରୋହି କିଲୋ ୧୮୦, ପାମ୍ପଲେଟ_ ଚାନ୍ଦି ମାଛ କିଲୋ ପିଛା ଦର ୧୦୦୦ ଟଙ୍କା ରହିଥିବା ବେଳେ କଙ୍କଡ଼ାର ଦର ୪୦୦ ଟଙ୍କାରୁ ୧୪୫୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିଛି। ପାଖାପାଖି ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି।

ଅଲ୍‌ ଓଡ଼ିଶା ନନ୍‌ଭେଜ୍‌ ଟ୍ରେଡସ୍‌ ଫେଡେରେସନ୍‌ର ରାଜ୍ୟ ସଭାପତି ଶେଖ୍‌ ମୁନ୍‌ତାକିମ୍‌ ବକ୍ସ କହିଛନ୍ତି, ଛାଡ଼ଖାଇ ହେଉଛି ଆମିଷ ବେପାରୀଙ୍କ ବେପାରର ମହାପର୍ବ। ଏବର୍ଷ ଛାଡ଼ଖାଇରେ ୪କୋଟିରୁ ଅଧିକ ବେପାର ହେବ ବୋଲି ଆକଳନ କରାଯାଉଛିକେବଳ ମଟନରେ ୧ ‌କୋଟିରୁ ଅଧିକ ଟଙ୍କାର ବେପାର ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe