ଆଜି ଚନ୍ଦନ ଯାତ୍ରା

Advertisment
ଆଜି ଚନ୍ଦନ ଯାତ୍ରା

Incredible Orissa

ପୁରୁଣା ଭୁବନେଶ୍ୱ: ଆସନ୍ତାକାଲିଠାରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ୩ ବର୍ଷ ଧରି ସେବାୟତ ବିବାଦକୁ ନେଇ ବନ୍ଦ ରହିଥିବା ଏହି ପରମ୍ପରା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଦେବତ୍ତୋର କମିସନଙ୍କ ରାୟ ପରେ ଏହି ନିଆରା ପରମ୍ପରାକୁ ପାଳନ କରାଯିବା ପାଇଁ ଉଦ୍ୟମ ହେଉଛି। ଶୃଙ୍ଖଳାର ସହ ମାଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତ କିଭଳି ନୀତି କରିବେ, ସେ ନେଇ ଉଭୟ ସେବାୟତଙ୍କ ସହ ଆଜି ପ୍ରଶାସନର ବୈଠକ ବସିଛି। ନୀତି ଶୃଙ୍ଖଳିତ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଇଛି। ଏନେଇ ଦେବୋତ୍ତର ବିଭାଗ ପକ୍ଷରୁ ଆଜି ବିଳମ୍ବିତ ରାତିରେ କପିଳେଶ୍ୱର ମନ୍ଦିରରେ ତାଲା ପକାଯାଇଛି। ଆବଶ୍ୟକ ପଡ଼ିଲେ ପୁଲିସ ଉପସ୍ଥିତିରେ ନୀତି କରାଯିବା ପାଇଁ ଯୋଜନା ହୋଇଥିବା ଜଣାପଡ଼ିଛି। ପରମ୍ପରା ମୁୁତାବକ ଶ୍ରୀଲିଙ୍ଗରାଜଙ୍କ ସହ କପିଳନାଥ ମହାପ୍ରଭୁ ବିନ୍ଦୁସାଗରକୁ ଯିବେ। ସେଠାରେ ଏହି ଚନ୍ଦନ ନୀତି ଆରମ୍ଭ ହେବ। ମହନୀ ଘାଟରେ ଭୋଗ ଲାଗି ହେବା ପରେ ୮ଘେରା ଭଉଁରି ଖେଳିବେ। ନୀତି ପରେ ଚନ୍ଦନ ପାଣିରେ ଠାକୁର ବୁଡ଼ିବେ। ସୁଗନ୍ଧିତ ଚନ୍ଦନ ସହ ଅଗୁରୁ, କର୍ପୂର, ମଲ୍ଲୀ, ଚମ୍ପା ଫୁଲ ପକାଯାଇଥିବା କୁଣ୍ଡରେ ଠାକୁରମାନେ ବେକ ପର୍ଯ୍ୟନ୍ତ ବୁଡ଼ି ରହିବା ପରମ୍ପରା ରହିଛି। କିନ୍ତୁ ସେବାୟତ ବିବାଦ ରହିଥିବାରୁ କପିଳନାଥ ଦେବଙ୍କ ଆସିବା ନେଇ ସନ୍ଦେହ ରହିଛି। ଏଣୁ ଦେବୋତ୍ତର ବିଭାଗ ପକ୍ଷରୁ ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ସହଯୋଗ ଲୋଡ଼ିଛି। ଖୁଣ୍ଟିଆ ସେବାୟତ ଓ ମଲିଆ ସେବାୟତ ଉଭୟ ନିଜ ନିଜ ନିଜର କାର୍ଯ୍ୟ ସମ୍ପାଦନ କରିବା ପାଇଁ ଦେବତ୍ତୋର ବିଭାଗ କହିଥିବା ବେଳେ ଖୁଣ୍ଟିଆ ସେବାୟତ ଦେବୋତ୍ତର କମିସନରଙ୍କୁ ଭେଟିଛନ୍ତି। ସେହିଭଳି ଏକାମ୍ର ଜନ ଜାଗରଣ ମଞ୍ଚ ଓ ଏକାମ୍ର ବିକାଶ ମଞ୍ଚ ପକ୍ଷରୁ ପରମ୍ପରା ବଜାୟ ରଖି ନୀତିପୂଜା କରିବାକୁ ଦାବି କରାଯାଇଛି। ଶ୍ରୀଲିଙ୍ଗରାଜଙ୍କ ୨୨ଦିନ ଚନ୍ଦନ ଯାତ୍ରାରେ ଶ୍ରୀଲିଙ୍ଗରାଜ, ମା ପାର୍ବତୀ, ଦୁର୍ଗାଦେବୀଙ୍କ ସହ କପିଳନାଥ ବିନ୍ଦୁସାଗର ଯିବାର ପରମ୍ପରା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe