the asian age
ପୁରୁଣା ଭୁବନେଶ୍ବର: ରବିବାର୧୨୨ତମ ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ ହେବ। ତେବେ ପୂର୍ବ ବର୍ଷ ପରି ଚଳିତ ବର୍ଷ ଗୁଆଝରଠାରେ ପାଇକ ଖେଳ ଓ ଏକାମ୍ର ନିବାସରେ ସଭା ହେବ ନାହିଁ। ଲୋୟର ପିଏମଜିରେ କାର୍ଯ୍ୟକ୍ରମ ଉଦ୍ଘାଟନ ହେବା ସହ ରାମେଶ୍ବର ପାଟଣାଠାରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ।
ଏଥର କୋଭିଡ୍ କଟକଣାରେ ସକାଳୁ ଲୋୟର ପିଏମ୍ଜି ଠାରେ ରାଜ୍ୟସ୍ତରୀୟ ପାଇକ ପ୍ରତିଯୋଗିତା କରାଯାଇ ସଭା ଅନୁଷ୍ଠିତ ହେବ। ଏଥିରେ ଅତିଥିମାନଙ୍କ ଦ୍ବରା ବହୁ ବିଶିଷ୍ଠ ବ୍ୟକ୍ତିଙ୍କୁ ମହତାବ ସମ୍ମାନ ପ୍ରଦାନ କରାଯିବ। ପିଏମ୍ଜି ଛକଠାରୁ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବା ସହ ରାମେଶ୍ବର ଛକରେ ପହଞ୍ଚିବ। ସେଠାରେ ଉଦ୍ଯାପନୀ ସଭା କରାଯିବ ବୋଲି ଜୟନ୍ତୀ କମିଟି ପକ୍ଷରୁ କୁହାଯାଇଛି।
Follow Us