ଆଜି ଶୁକ୍ର ଓ ଶନିର ମିଳନ

Advertisment

୨୦୨୫ ମସିହା ଜାନୁଆରି ଦ୍ବିତୀୟାର୍ଦ୍ଧରେ ପ୍ରତିଦିନ ସଂଧ୍ୟା ଆକାଶରେ ୪ଟି ଗ୍ରହକୁ ଖାଲି ଆଖିରେ ଦେଖିହେବ। ଏଥି ସହ ଆକାଶରେ ଖାଲି ଆଖିରେ ଶୁକ୍ର ଓ ଶନି ଗ୍ରହର ଚଳନ, ନିକଟତର ଓ ଶୁକ୍ରକୁ ଟପି ଶନି ଗ୍ରହ ଆଗକୁ ବଢ଼ିବାର ଦୃଶ୍ୟ ଦେଖିବାକୁ ମିଳିବ।

୨୦୨୫ ମସିହା ଜାନୁଆରି ଦ୍ବିତୀୟାର୍ଦ୍ଧରେ ପ୍ରତିଦିନ ସଂଧ୍ୟା ଆକାଶରେ ୪ଟି ଗ୍ରହକୁ ଖାଲି ଆଖିରେ ଦେଖିହେବ। ଏଥି ସହ ଆକାଶରେ ଖାଲି ଆଖିରେ ଶୁକ୍ର ଓ ଶନି ଗ୍ରହର ଚଳନ, ନିକଟତର ଓ ଶୁକ୍ରକୁ ଟପି ଶନି ଗ୍ରହ ଆଗକୁ ବଢ଼ିବାର ଦୃଶ୍ୟ ଦେଖିବାକୁ ମିଳିବ।

sfsfsf

ଭୁବନେଶ୍ବର: ୨୦୨୫ ମସିହା ଜାନୁଆରି ଦ୍ବିତୀୟାର୍ଦ୍ଧରେ ପ୍ରତିଦିନ ସଂଧ୍ୟା ଆକାଶରେ ୪ଟି ଗ୍ରହକୁ ଖାଲି ଆଖିରେ ଦେଖିହେବ। ଏଥି ସହ ଆକାଶରେ ଖାଲି ଆଖିରେ ଶୁକ୍ର ଓ ଶନି ଗ୍ରହର ଚଳନ, ନିକଟତର ଓ ଶୁକ୍ରକୁ ଟପି ଶନି ଗ୍ରହ ଆଗକୁ ବଢ଼ିବାର ଦୃଶ୍ୟ ଦେଖିବାକୁ ମିଳିବ। ଜାନୁଆରି ମାସ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ପରେ ଚାରି ଗ୍ରହଙ୍କୁ ଖାଲି ଆଖିରେ ଦେଖିହେବ। ପଶ୍ଚିମ ଦିଗ୍‌ବଳୟର ଉପରକୁ କିଛି ଦୂରରେ ଉଜ୍ଜ୍ବଳ ଶୁକ୍ର ଗ୍ରହ ଦେଖାଯିବା ସହ ଏହାର ଆଉ କିଛି ଉପରକୁ ଈଷତ୍‌ ହଳଦି ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗ୍‌ବଳୟରେ ମଙ୍ଗଳ ଗ୍ରହ ଓ ତା’ଠୁ କିଛି ଉପରେ ଉଜ୍ଜ୍ବଳ ବୃହସ୍ପତି ଗ୍ରହକୁ ଦେଖିବାକୁ ମିଳିବ। ରାତି ବଢ଼ିବା ସହିତ ଏହି ଗ୍ରହଗୁଡ଼ିକ ପୂର୍ବରୁ ପଶ୍ଚିମ ଆଡ଼କୁ ଗତି କରି କ୍ରମାନ୍ବୟରେ ଅସ୍ତ ହେବେ। ରାତି ସାଢ଼େ ୮ଟା ବେଳକୁ ପ୍ରଥମେ ଶୁକ୍ର ଓ ଶନି ଗ୍ରହ ଅସ୍ତ ହେବେ, ତେବେ ଶନିବାର ଶୁକ୍ର ଓ ଶନି ଗ୍ରହର ନିକତର ଦୃଶ୍ୟ ସବୁଠାରୁ ଆର୍କଷଣୀୟ ହେବ। ସଂଧ୍ୟାରେ ପ୍ରାୟ ୨ ଘଣ୍ଟା ଧରି ଶୁକ୍ର, ଶନି ଗ୍ରହର ଖୁବ୍ ନିକଟରେ ଦେଖାଯିବ ଓ ପରେ ଶନି ତଳକୁ ତଳକୁ ଯାଇ ଶୁକ୍ର ଗ୍ରହଠାରୁ ଦୂରେଇଯିବ। ବିଶ୍ବ ସାରା ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀମାନେ ନିଜନିଜର ଦୂରବୀକ୍ଷଣ ଯନ୍ତ୍ର ଧରି ଏହି ମହାକାଶୀୟ ଉତ୍ସବ ଦେଖିବାକୁ ଓ ଜନସାଧାରଣଙ୍କୁ ଦେଖାଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

ଏହି ସୁନ୍ଦର ମହାଜାଗତିକ ଘଟଣା ମେଘମୁକ୍ତ ଥିବା ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ ଏବଂ ଏହାର କୌଣସି ପ୍ରଭାବ କାହା ଉପରେ ପଡ଼ିବ ନାହିଁ ବୋଲି ଜନବିଜ୍ଞାନୀ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ ‌ଯେ, ସୂର୍ଯ୍ୟ ଚାରିପଟେ ବୁଲୁଥିବା ୮ଟି ଗ୍ରହ ଭିତରୁ ୫ଟି ଗ୍ରହ ଯଥା: ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନିକୁ ଖାଲି ଆଖିରେ ଦେଖିହୁଏ। ସୂର୍ଯ୍ୟ ଚାରିପଟେ ଅଲଗା ଅଲଗା ବେଗରେ ବୁଲିବା ଫଳରେ କିଛି ଗ୍ରହ ଆକାଶରେ ଏକ ସମୟରେ ଦେଖାଯାଆନ୍ତି। ଏହାକୁ ଗ୍ରହ ସମାବେଶ ବା ଇଂରାଜୀରେ ‘ପ୍ଲାନେଟ୍ ପରେଡ୍‌’ କୁହାଯାଏ। ଆକାଶରେ ଏକ ସମୟରେ ତିନିଟି ଗ୍ରହ ଦେଖାଯିବା ଅତି ସାଧାରଣ ଘଟଣା। ପ୍ରତି ବର୍ଷ ଅନେକ ଥର କିଛି ଦିନ ଧରି ଏହା ଦେଖାଯାଏ। ସେହିଭଳି ଚାରିଟି ଗ୍ରହ ବର୍ଷକୁ ଥରେ ଅଳ୍ପ ଦିନ ପାଇଁ ଏକା ସମୟରେ ଦେଖାଯାଏ। ପାଞ୍ଚଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି ଗ୍ରହ ପ୍ରାୟ ଶହେ ସତୁରି ବର୍ଷରେ ଥରେ ଏକା ସମୟରେ ଦେଖାଯାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe