ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ: ଫୁସ୍‌ଫୁସ୍‌ଜନିତ ସମସ୍ୟାକୁ ଅଣଦେଖା କରିବା ଅନୁଚିତ

Advertisment

30

30

ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ: ଫୁସ୍‌ଫୁସ୍‌ଜନିତ ସମସ୍ୟାକୁ ଅଣଦେଖା କରିବା ଅନୁଚିତ

Unicity Healthcare

ସୁସ୍ଥ ଫୁସ୍‌ଫୁସ୍ ହେଉଛି ସୁସ୍ଥ ଜୀବନର ମୂଳପିଣ୍ଡ, କାରଣ ଏହା ଆମ ଶରୀରକୁ ଅମ୍ଳଜାନ ଯୋଗାଇଥାଏ। ହୃତ୍‌ପିଣ୍ଡ, କିଡ୍‌ନି ଏବଂ ମସ୍ତିଷ୍କ ପରି ଫୁସ୍‌ଫୁସ୍ ହେଉଛି ଶରୀରର ଏକ ପ୍ରଧାନ ଅଙ୍ଗ। କିନ୍ତୁ ଆମେ ଏହି ଅଙ୍ଗ ପ୍ରତି ଅଣଦେଖା କରିଥାଉ। କୋଭିଡ୍ ୧୯ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥିଲା, ଯେଉଁ କାରଣରୁ ଫୁସ୍‌ଫୁସ୍‌ର ମହତ୍ତ୍ବକୁ ଆଜି ସାରା ବିଶ୍ବ ଉପଲବ୍ଧି କରିପାରିଛି।

ବହୁତଗୁଡ଼ିଏ ରୋଗ ଫୁସ୍‌ଫୁସ୍ ଉପରେ ପ୍ରଭାବ ପକାଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ଆଜ୍‌ମା, ସିଓପିଡି, ଅକୁପେସନାଲ୍ ଫୁସ୍‌ଫୁସ୍ ଜନିତ ରୋଗ, ଆଇଏଲ୍‌ଡି, ଫୁସ୍‌ଫସ୍ କର୍କଟ, ବ୍ରୋଙ୍କାଇଟିଜ୍ ଓ ଘୁଙ୍ଗୁଡ଼ି ସମ୍ବନ୍ଧିତ ସମସ୍ୟା କଟକ ଓ ଭୁବନେଶ୍ବରବାସୀଙ୍କ ପାଖରେ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଅନେକ ବିଳମ୍ବରେ ଚିକିତ୍ସା କରିବାକୁ ଆସନ୍ତି। ଯାହାର ମୁଖ୍ୟ କାରଣ ହେଉଛି ରୋଗ ସମ୍ବନ୍ଧରେ ଅଜ୍ଞତା ଓ ସଚେତନତାର ଅଭାବ। ପ୍ରଥମରୁ ରୋଗର ନିରୂପଣ ଏବଂ ତୁରନ୍ତ ଚିକିତ୍ସା ଦ୍ବାରା ଉତ୍ତମ ଫଳ ମିଳିଥାଏ। ଏହା ସହିତ ଆରୋଗ୍ୟ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି।
ଲୋକମାନଙ୍କଠାରେ ଦେଖାଯାଉଥିବା ଶ୍ବାସକଷ୍ଟ, କାଶ, କାଶରେ ରକ୍ତ ପଡ଼ିବା, ସ୍ବର ପରିବର୍ତ୍ତନ ହେବା, କ୍ରମାଗତ ଜ୍ବର ଲାଗିବା ଓ ଛାତିରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଯାଉଛି, ସେମାନେ ଯଥା ଶୀଘ୍ର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍।

ଯେଉଁସବୁ ଲୋକମାନେ ଦୀର୍ଘଦିନ ଧରି ଧୂମପାନ କରୁଛନ୍ତି ତଥା ବୟସାଧିକ, କ୍ଷତିକାରକ ଧୂଳି ଓ ଧୂଆଁ ପରିବେଶ ଯଥା କୋଇଲା ଖଣି, ପଥର ଖଣି, ପଥର କାଟିବା, ସୂତାମିଲ୍, ଚିନି କାରଖାନା, ପୋଲ୍‌ଟ୍ରି ଫାର୍ମ, ଆଜ୍‌ବେଷ୍ଟସ୍ ଶିଳ୍ପ ପ୍ରଭୃତିରେ କାର୍ଯ୍ୟ କରୁଛନ୍ତି। ସେମାନେ ଦୀର୍ଘସ୍ଥାୟୀ ଫୁସ୍‌ଫୁସ୍ ରୋଗ, ଫୁସ୍‌ଫୁସ୍ କର୍କଟ ପରି ସମସ୍ୟାରେ ପୀଡ଼ିତ ହେବାର ସମ୍ଭାବନା ରହିଛି। ତେଣୁ ଏହି ବ୍ୟକ୍ତିମାନେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍। ତେବେ ସୁସ୍ଥ ଫୁସ୍‌ଫୁସ୍ ପାଇଁ ଡାକ୍ତରୀ ପରାମର୍ଶ ମୁତାବକ କିଛି ଅଭ୍ୟାସ ଯେପରିକି ନିୟମିତ ବ୍ୟାୟାମ କରିବା, ଧୂମପାନ ବନ୍ଦ କରିବା, ପ୍ରଦୂଷଣଠାରୁ ନିଜକୁ ଦୂରେଇ ରଖିବା, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ଏବଂ ବୟସ୍କଙ୍କ ପାଇଁ ଟିକା ବିଷୟରେ ବିଶେଷଜ୍ଞ ପରାମର୍ଶ ନେବା ଉଚିତ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe