ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ କନକ ନ୍ୟୁଜ୍ରେ ମୁକ୍ତିଲାଭ କରିବ ଫିଲ୍ମ ‘ପାଇକ ବିଦ୍ରୋହ’। ଆସନ୍ତାକାଲି ଦିନ ୨ଟା ଓ ରାତି ୮ଟାରେ ଏହା ପ୍ରସାରଣ ହେବ। ଅକ୍ଷୟ ପରିଜା ପ୍ରଡକ୍ସନ ନିର୍ମିତ ଏହି ଫିଲ୍ମରେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମକୁ ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏକ ନ୍ୟୁଜ୍ ଚ୍ୟାନେଲରେ ଏପରି ଏକ ଐତିହାସିକ ଫିଲ୍ମର ପ୍ରିମିୟର ସୋ’ ହେବାକୁ ଯାଉଛି। ଓଡ଼ିଆ ପୁଅର ବୀରତ୍ବ ଗାଥା ଏହି ଫିଲ୍ମରେ ଦେଖିବାକୁ ମିଳିବ।
ଆଜି କନକ ନ୍ୟୁଜ୍ରେ ‘ପାଇକ ବିଦ୍ରୋହ’ର ପ୍ରିମିୟର ସୋ’
Advertisment
Follow Us