କୁଶଭଦ୍ରା ସାଂସ୍କୃତିକ ପରିଷଦ, ବନମାଳୀପୁର, ୟୁନିଟ୍-୧, ନ୍ୟୁ ଏଜି କଲୋନି
ଭୁବନେଶ୍ବର: ବୁଧବାର ମୃଣ୍ମୟ ପୂଜା ବା ମଣ୍ଡପେ ମହାଦଶମୀ ପାରମ୍ପରିକ ରୀତିରେ ପାଳନ କରାଯିବ। ଶେଷ ଦର୍ଶନ କରି ମା’ଙ୍କୁ ମେଲାଣି ଦେବା ପାଇଁ ଭକ୍ତ ବ୍ୟାକୁଳ ହୋଇପଡିଛି। ତେଣୁ ବୁଧବାର ବି ପ୍ରବଳ ଗହଳି ହେବା ସମ୍ଭାବନା ରହିଛି। ପୁଲିସ କମିଶନରେଟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଧିକ ପୁଲିସ ସବୁଠି ମୁତୟନ ହେବେ ବୋଲି ଆଶା କରାଯାଉଛି। ନଚେତ ବିଶୃଙ୍ଖଳିତ ପରିସ୍ଥିତି ଦେଖାଦେବ ଏଥିରେ ସନ୍ଦେହ ନାହିଁ। ପ୍ରତିମଣ୍ଡପ ସକାଳୁ ସକାଳୁ ଯା’ ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା.. ଶ୍ଲୋକରେ ପ୍ରତିଧ୍ବନିତ ହେବ। ତେବେ ଦଶମୀ କମ ସମୟ ଥିବାରୁ ବୁଧବାର ସକାଳୁ ସକାଳୁ ଗାଡ଼ି ପୂଜା କରିବା ପାଇଁ ଭକ୍ତଙ୍କ ଭିଡ ହେବ।
ଗାଡି ସହ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ପୁଲିସ ପକ୍ଷରେ କଷ୍ଟକର ହୋଇପଡିବ ବୋଲି ଆଶା କରାଯାଉଛି। ଏଥରକ କିଛି ପ୍ରମୁଖ ପୂଜା ମଣ୍ଡପରେ ଦଶହରା ରାତିରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଥିବାରୁ ଆତସବାଜୀ ଦେଖିବାକୁ ମିଳିବ। ଏଥିପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ସହିଦ ନଗର, ବରମୁଣ୍ଡା, ନୂଆପଲ୍ଲୀ ଆଦି ମଣ୍ଡପରେ ରାବଣପୋଡି ଉତ୍ସବ ରହିଛି। ଏହା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଥିବାରୁ ଏହା ଦେଖିବା ପାଇଁ ରାଜଧାନୀ କୋଣ ଅନୁକୋଣରୁ ଆସି ରାଜଧାନୀରେ ଡେରା ପକାଇବେ। ତେବେ ମହାନବମୀ ଭଳି ମହାଦାସମୀରେ ଭିଡ ହେବ। ତେଣୁ ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ସଦୃଶ ହେବ ଏଥିରେ ସନ୍ଦେହ ନାହିଁ।
Follow Us