ଆଜି ଖୋଲିବ ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌

ଆଜି ଖୋଲିବ ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌

ଭୁବନେଶ୍ୱର: ରାଜଧାନୀର ସବୁଠୁ ବଡ଼ ସପିଂ ମଲ୍‌ ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ଗୁରୁବାର ସର୍ବସାଧାରଣଙ୍କ ପାଇଁ ଖୋଲିବ। ଏଥିପାଇଁ ସପିଂ ମଲ୍‌ରେ ଖୋଲିଥିବା ଦୋକାନଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଫର୍‌ ବର୍ଷା କରିଛନ୍ତି। ଆସନ୍ତା ୧୪ତାରିଖରେ ଏହି ମଲ୍‌୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହେବ। ଏହି ସପିଂ ମଲ୍‌ ଖୋଲିବା ପୂର୍ବରୁ ଆଜି ପୂଜାର୍ଚ୍ଚନା ଶେଷ ହୋଇଛି। ରସୁଲଗଡ଼ରୁ ବମିଖାଲ ରାସ୍ତାରେ ରାଜଧାନୀର ସବୁଠୁ ବଡ଼ ସପିଂ ମଲ୍‌ ‘ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌’ ନିର୍ମାଣ ହୋଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ସପିଂ ଷ୍ଟୋର୍‌ ଖୋଲିଥିବାବେଳେ ଲୋକମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିଛି। ସିନେମା ହଲ୍‌, ଫୁଡ୍‌ କୋର୍ଟ, ପିଲାଙ୍କ ପାଇଁ ଖେଳିବା ବ୍ୟବସ୍ଥା ବି ଅଛି। ପ୍ରାୟ ୧୫୦ଟି ଷ୍ଟୋର୍‌ ଏଠାରେ ଖୋଲିଛି। ଗ୍ରାହକଙ୍କ ସୁବିଧା ପାଇଁ ଲିଫ୍ଟ, ୨୪ ଘଣ୍ଟିଆ ପାଣି, ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇଛି।

ଏହି ମଲ୍‌ର ଅନ୍ୟତମ ଆକର୍ଷଣ ହେଉଛି ସିନେପଲିସ୍‌ର ମଲ୍ଟିପ୍ଲେକ୍ସ ‘ସିନେମା ହଲ୍‌’। ଏକସଙ୍ଗେ ୭ଟି ପରଦାରେ ସିନେମା ଚାଲିବ। ଯେଉଁଥିରେ ୧,୨୫୦ ଜଣ ଦର୍ଶକଙ୍କ ପାଇଁ ଆରାମଦାୟକ ସିଟ୍‌ ରହିବ। ମଲ୍‌ର ଭିଡ଼କୁ ନଜରରେ ରଖି ୧୦୦୦ କାର୍‌ ଓ ବାଇକ୍‌ ପାର୍କିଂ ବ୍ୟବସ୍ଥା ଅଛି। ଏହା ସହିତ ଯୁବପିଢ଼ିଙ୍କ ପାଇଁ ଫିଟ୍‌ନେସ୍‌ ସେଣ୍ଟର୍‌, ମନୋରଂଜନ କ୍ଲବ୍‌ ହାଉସ୍‌ ବି ରହିଛି। ମଲ୍‌ ବାହାରେ ସେଲ୍ଫି ପଏଣ୍ଟ କରାଯାଇଛି। ଯାହା ଯୁବପିଢ଼ିଙ୍କୁ ଆକର୍ଷଣ କରିବ। ୪ଲକ୍ଷ ୫୦ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫୦୦କୋଟି। ବିଶ୍ୱର ସବୁଠାରୁ ବଡ଼ ନିର୍ମାଣକାରୀ ସଂସ୍ଥା ଅଷ୍ଟ୍ରେଲିଆର ଲିଗ୍‌ଟନ୍‌ କମ୍ପାନି ଏହି ମଲ୍‌ ନିର୍ମାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe