ଆଜିଠୁ ଖୋଲିବ ଫରେଷ୍ଟ ପାର୍କ: ସକାଳେ ୬ଟାରୁ ୧୦ଟା, ଅପରାହ୍‌ଣରେ ୪ଟାରୁ ୬ଟା

Advertisment
ଆଜିଠୁ ଖୋଲିବ ଫରେଷ୍ଟ ପାର୍କ: ସକାଳେ ୬ଟାରୁ ୧୦ଟା, ଅପରାହ୍‌ଣରେ ୪ଟାରୁ ୬ଟା

ଦୂରତା ରଖିବା ଏବଂ ଅଧିକ ଲୋକ ଯେପରି ଗୋଟିଏ ସ୍ଥାନରେ ରୁଣ୍ଡ ନହେବେ, ସେଥିପାଇଁ କେନ୍ଦ୍ର ସରକାର ସମସ୍ତ ପାର୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଡିଏ କର୍ତ୍ତୃପକ୍ଷ ପରୀକ୍ଷାମୂଳକ ଭାବେ ରବିବାରଠାରୁ ୟୁନିଟ୍‌-୬ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ତଥା ଫରେଷ୍ଟ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବିଡିଏର ପାର୍କ ଦାୟିତ୍ବରେ ଥିବା ଏ.ଏନ୍‌ ଧରଙ୍କ ସୂଚନା ଅନୁଯାୟୀ, ଏବେ କେବଳ ଫରେଷ୍ଟ ପାର୍କକୁ ପରୀକ୍ଷାମୂଳକ ଭାବେ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହା ସକାଳେ ୬ଟାରୁ ୧୦ଟା ଏବଂ ଅପରାହ୍‌ଣରେ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲିବ। ପାର୍କରେ କିପରି ଭିଡ଼ ହେଉଛି, ପାର୍କ ଖୋଲିବା ଦ୍ବାରା କିଛି ସମସ୍ୟା ହେଉଛି କି ନାହିଁ, ତାହା ଦେଖିବା ପରେ ଆମେ ବାକି ପାର୍କ ଖୋଲିବା ନେଇ ନିଷ୍ପତ୍ତି ନେବୁ।

ବିଡିଏ ଫରେଷ୍ଟ ପାର୍କ ଖୋଲିବା ନେଇ କିନ୍ତୁ ବିବାଦ ଉଠିଲାଣି। ଏହି ପାର୍କକୁ ରାଜଧାନୀର ବହୁ ଭିଆଇପି ପ୍ରାତଃ ଭ୍ରମଣରେ ଆସୁଥିବାରୁ ସେମାନଙ୍କୁ ନଜରରେ ରଖି ପାର୍କ ଖୋଲା ଯାଉଥିବା କୁହାଯାଇଛି। ଏପରିକି ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ଏହି ପାର୍କ ଖୋଲିଲେ ଲୋକଙ୍କ ଭିଡ଼ ଜମିବ। ଏହାଦ୍ବାରା କରୋନା ସଂକ୍ରମଣ ହେବାର ସମ୍ଭାବନା ଅଛି। ହେଲେ ବିଡିଏ କର୍ତ୍ତୃପକ୍ଷ କ’ଣ ଅତିରିକ୍ତ ପ୍ରତିଷେଧକ ନେଇ ପାର୍କ ଖୋଲୁଛନ୍ତି, ତାହା ରବିବାର ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe