ଆଜିଠାରୁ ପିଡିଏସ୍‌ ସାମଗ୍ରୀ ବଣ୍ଟା ହେବ, ଗାଡ଼ିରେ ଜିନିଷ ବୋହି ନେଇପାରିବେନି

Advertisment
ଆଜିଠାରୁ ପିଡିଏସ୍‌ ସାମଗ୍ରୀ ବଣ୍ଟା ହେବ, ଗାଡ଼ିରେ ଜିନିଷ ବୋହି ନେଇପାରିବେନି

Business Insider India

ଭୁବନେଶ୍ବର: ଏପ୍ରିଲ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ପିଡିଏସ୍‌ ସାମଗ୍ରୀ ବଣ୍ଟା ହେବ। ୧୦୮ଟି ପିଡିଏସ୍‌ କେନ୍ଦ୍ର ଅଧୀନରେ ପଞ୍ଜୀକୃତ ହୋଇଥିବା ୯୯,୭୨୦ ହିତାଧିକାରୀଙ୍କୁ ଏହି ସାମଗ୍ରୀ ବଣ୍ଟାଯିବ। ଏନେଇ ବିଏମ୍‌ସି ପକ୍ଷରୁ ଆଜି ସୂଚନା ଦିଆଯାଇଛି। ବିଭିନ୍ନ ୱାର୍ଡରେ ଥିବା ସ୍କୁଲ ଓ କଲେଜରେ ଏହି ସାମଗ୍ରୀ ବଣ୍ଟାଯିବ। ହିତାଧିକାରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହିଭଳି ପଦକ୍ଷେପ ନିଆଯାଇଛି। ଏପ୍ରିଲ ୧ ଓ ୨ ତାରିଖରେ ଅନ୍ତୋଦୟ ଅନ୍ନ ଯୋଜନାର ହିତାଧିକାରୀଙ୍କୁ ସାମଗ୍ରୀ ବଣ୍ଟାଯିବ। ଏପ୍ରିଲ ୩ରୁ ଅନ୍ୟ ହିତ‌ାଧିକାରୀଙ୍କୁ ସାମଗ୍ରୀ ମିଳିବ। ହେଲେ କେଉଁ ହିତାଧିକାରୀ କେଉଁଦିନ ସାମଗ୍ରୀ ନେବେ, ସେନେଇ କୁପନ୍‌ ବ୍ୟବସ୍ଥା କରାଯାଇଛି। ଏହି କୁପନ୍ ଅଙ୍ଗନୱାଡି କର୍ମୀ, ନିକଟସ୍ଥ ସ୍କୁଲ ଶିକ୍ଷକ, ୱାର୍ଡ ଅଫିସର୍‌, ଡିଲର୍‌ମାନଙ୍କ ନିକଟରେ ଏହି ତାଲିକା ଓ କୁପନ୍ ଉପଲବ୍ଧ ହେବ। ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍‌ଣ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପିଡିଏସ୍‌ ସାମଗ୍ରୀ ଉପଲବ୍ଧ ହେବ। ହିତାଧିକାରୀ କେବଳ ସାଇକେଲରେ ପିଡିଏସ୍‌ ସାମଗ୍ରୀ ବୋହିକି ନେଇପାରିବେ। ଗାଡ଼ି ଆଣିପାରିବେନି। ସେହିପରି ଖରା ପାଇଁ ହିତାଧିକାରୀଙ୍କୁ ଛତା ଓ ପାଣି ଆଣି ଆସିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe