ଆଜି ରୁକୁଣା ରଥଯାତ୍ରା: ଦାୟିତ୍ବରେ ୮୦ ଅଧିକାରୀ, ୧୫ ପ୍ଲାଟୁନ୍‌ ପୁଲିସ

Advertisment

ଟ୍ରାଫିକ୍‌ କଟକଣା

ଟ୍ରାଫିକ୍‌ କଟକଣା

ଆଜି ରୁକୁଣା ରଥଯାତ୍ରା: ଦାୟିତ୍ବରେ ୮୦ ଅଧିକାରୀ, ୧୫ ପ୍ଲାଟୁନ୍‌ ପୁଲିସ

representetional immage - OdishaTV

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରାଇବା ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଦୁଇଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୧୨ଜଣ ଡିଏସ୍‌ପି ରୢାଙ୍କର ଅଧିକାରୀ ଓ ୮୦ଜଣ ଅଫିସର୍‌ଙ୍କୁ ଦାୟିତ୍ବ ଦିଆଯାଇଛି। ରଥଯାତ୍ରା ପାଇଁ ଆସନ୍ତାକାଲି ୧୫ ପ୍ଲାଟୁନ୍‌ ପୁଲିସ ମୁତୟନ ରହିବେ।

କେତେକ ସ୍ଥାନରେ ସ୍ୱତନ୍ତ୍ର ବ୍ୟାରିକେଡ୍‌ ନିର୍ମାଣ ସହ ଭିଡ଼ରେ ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର ରଖାଯିବ। ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଫୁଟେଜ୍‌ ଉପରେ ନଜର ରଖାଯିବା ସହ ସାଦା ପୋଷାକଧାରୀ ପୁଲିସ ମଧ୍ୟ ଭିଡ଼ ଭିତରେ ପଇଁତରା ମାରିବେ। ରଥଯାତ୍ରା ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ରାମେଶ୍ୱର ଛକ, ଇଲେକ୍ଟ୍ରିକ୍‌ ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍‌ କରିଦିଆଯିବ। ମାଉସୀ ମା’ ଛକରୁ ରଥ ରୋଡ୍‌ରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି।

ମାଉସୀ ମା’ ଛକରୁ ମ୍ୟୁଜିୟମ୍‌ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗରେ ଲୋକେ ଯାତାୟାତ କରିପାରିବେ। ରଥରୋଡ୍‌ରେ ବାରିକସାହି ଗଳି, ମହାରଣା ସାହି ଗଳି, ଗୋସାଗରେଶ୍ବର ଛକ ଗଳି, ଶୀତଳ ଷଷ୍ଠୀ ଛକ ଗଳି, ହରଚଣ୍ଡୀ ଗଳି, ମୁନା ମେଡିକାଲ୍‌ ଗଳି, ପୁନାମା ଗେଟ୍‌ ଗଳି ପଟୁ ଏବଂ ରଥରୋଡ୍‌କୁ ସଂଯୋଗ କରୁଥିବା ଅନ୍ୟ ରାସ୍ତାରେ କୌଣସି ଗାଡ଼ି ଯାତାୟାତ କରିବ ନାହିଁ। ରଥଖଳାରୁ ରଥରୋଡ୍‌ ମଧ୍ୟ‌ରେ କୌଣସି ଗାଡ଼ିକୁ ଯିବାକୁ ଦିଆଯିବ ନାହିଁ। ବାଟ ମହାଦେବ ମନ୍ଦିର ପଟୁ ବିଏମ୍‌ସି ମାର୍କେଟ୍‌ କମ୍ପ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାତାୟାତ କରିବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କଠାରୁ ୫ଶହରୁ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe