ଆଜିଠୁ ଆରମ୍ଭ ହେବ ବମିଖାଲ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

Advertisment
ଆଜିଠୁ ଆରମ୍ଭ ହେବ ବମିଖାଲ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ପ୍ରାୟ ୨୦ ଦିନ ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ପରେ ଶୁକ୍ରବାରଠାରୁ ବମିଖାଲ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ବମିଖାଲ ଓଭରବ୍ରିଜ୍‌ ନିକଟରୁ ପଣ୍ଡା ଇନଫ୍ରାର ସମସ୍ତ ସାମଗ୍ରୀ ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇ ଦିନ ମଧ୍ୟରେ ଏହା ଶେଷ ହେବ। କିନ୍ତୁ ଶୁକ୍ରବାରଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗର ଭୁବନେଶ୍ୱର ଡିଭିଜନ୍‌-୪ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ କହିଛନ୍ତି।

ଏବେ ପ୍ରାୟ ୨କୋଟି ଟଙ୍କାର କାମ ବାକି ଥିବା ବେଳେ ଏହାକୁ ଶେଷ କରିବା ପାଇଁ ଆଉ ଦୁଇରୁ ଅଢ଼େଇ ମାସ ଲାଗିବ। ପ୍ରଥମେ କଲଭର୍ଟ ନିର୍ମାଣ କାର୍ଯ୍ୟ ହେବ। ଏହାସହ ରିଟେନିଂ ଓ୍ଵାଲ୍‌ ଏବଂ ରାସ୍ତା ନିର୍ମାଣ ହେବ। ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ ଜୁନ୍‌ ମାସରେ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ରଖାଯାଇଥିବା ବେଳେ ଏହାକୁ ଜୁଲାଇରେ ଶେଷ କରିବାକୁ ନୂଆ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ ଯେ, ପଣ୍ଡା ଇନଫ୍ରାଷ୍ଟ୍ରକଚର୍‌ ଏହି ଓଭରବ୍ରିଜ୍‌ ନିର୍ମାଣ କରୁଥିବା ବେଳେ ନିର୍ମାଣ ଅବସ୍ଥାରେ ଦୁଇଟି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏପରିକି ପ୍ରଥମ ଦୁର୍ଘଟଣା ପରେ ପଣ୍ଡା ଇନଫ୍ରାଷ୍ଟ୍ରକଚର୍‌କୁ କଳା ତାଲିକାଭୁକ୍ତ କରାଯାଇଥିଲା ଏବଂ ସଂସ୍ଥାର ମାଲିକ, ମ୍ୟାନେଜର୍‌ଙ୍କ ସମେତ ପୂର୍ତ୍ତ ବିଭାଗର ଦୁଇ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ଏହାପରେ ଓପିଡବ୍ଲ୍ୟୁଡି କୋଡ୍‌ ଅନୁଯାୟୀ ପଣ୍ଡା ଇନଫ୍ରାଷ୍ଟ୍ରକଚର୍‌କୁ ପୁଣି ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା। ହେଲେ ଦ୍ୱିତୀୟ ଥର ଦୁର୍ଘଟଣା ପରେ ସଂସ୍ଥାକୁ ବାଦ୍‌ ଦେଇ ନୂଆ ସଂସ୍ଥା ଦ୍ୱାରା ନିର୍ମାଣ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe