Advertisment

ଆଜି ପ୍ରେମ ଦିବସ: ତୁ ମୋର ଭାଲେଣ୍ଟାଇନ୍‌

Advertisment

ଭାଷାରେ ପ୍ରକାଶ, କରିବା ଅସମ୍ଭବ

ଭାଷାରେ ପ୍ରକାଶ, କରିବା ଅସମ୍ଭବ

ଆଜି ପ୍ରେମ ଦିବସ: ତୁ ମୋର ଭାଲେଣ୍ଟାଇନ୍‌

ଭୁବନେଶ୍ବର: ସୁଟିଂ ସେଟ୍‌ରେ ‌ପ୍ରଥମ ଦେଖା। ପ୍ରଥମ ଦିନରୁ ହିଁ ହୁହେଁ ପରସ୍ପର ପ୍ରତି ଏକ ଆକର୍ଷଣ ଅନୁଭବ କରିଥିଲେ। ପରେ ପରେ 'ଗଳ୍ପ ନୁହେଁ ଆମ ଅଳ୍ପ ଦିନର' ଓ 'ଝିଅଟି ବିଗିଡ଼ି ଗଲା' ଭଳି ୨ଟି ଫିଲ୍ମରେ ଏକାଠି କାମ କରିବାର ସୁଯୋଗ ମିଳିଲା। ସୁଟିଂ ସେଟ୍‌ ଦୁହିଁଙ୍କୁ ଆହୁରି ନିକଟତର କରିଦେଲା। ପରିଚୟ ବଢ଼ିଲା ଓ ଆକର୍ଷଣ ମଧ୍ୟ। ମନ ସହ ମନ ମିଶିଲା। ଗୋଟିଏ ସମୟରେ ଦୁହେଁ ଅନୁଭବ କଲେ ଯେ ସେମାନଙ୍କ ସଂପର୍କ ଖାଲି ଆକର୍ଷଣ ନୁହେଁ, ଜନ୍ମଜନ୍ମାନ୍ତରର ଅତୁଟ ବନ୍ଧନ। ପରିଚୟ ହେବାର ପ୍ରାୟ ୨ ବର୍ଷ ପରେ ୨୦୧୭ ଡିସେମ୍ବର ୩ ତାରିଖରେ ଉଭୟଙ୍କ ପରିବାରର ଅନୁମତି ସହିତ ଅଭିନେତ୍ରୀ ଜିନା ସାମଲ ଓ ଅଭିନେତା ରୁଦ୍ର ପାଣିଗ୍ରାହୀ ବିବାହ ବନ୍ଧନରେ ଆବଦ୍ଧ ହେଲେ।
‘ପ୍ରେମ ସପ୍ତାହ’ ଅବସର‌ରେ ତାଙ୍କ ଜୀବନସାଥୀଙ୍କ ସଂପର୍କରେ ପଚାରିବାରୁ ଜିନା କହିଲେ, ‘‘୨୦୧୫ରେ 'ଅପନା ହାତ ଜଗନ୍ନାଥ'ର ସୁଟିଂ ଚାଲିଥିଲା। ସେଇଠି ଆମର ପ୍ରଥମ ଦେଖା ହୋଇଥିଲା। ଇଣ୍ଟଷ୍ଟ୍ରିରେ ଅନେକ ପୁଅ ଥିଲେ, ତାଙ୍କ ପାଇଁ ବି ଅନେକ ଝିଅ ଥିଲେ। କିନ୍ତୁ ଯାହା ପାଇଁ ଯିଏ ଗଢ଼ା, ତାଙ୍କୁ ଥରେ ଦେଖି ଦେଲେ ମନ ତଳେ କିଛି ଗୋଟେ ଅନୁଭବ ହୁଏ- ଯାହା ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ। ଆମେ କେହି କାହାକୁ ‘ପ୍ରପୋଜ୍‌’ କରିନାହୁଁ। ବାସ୍‌ ଜୀବନରେ ସାଥୀ ହୋଇ ରହିବାର ନିଷ୍ପତ୍ତିକୁ ଘରେ ଜଣାଇ ଆଗକୁ ବଢ଼ିଛୁ। ରୁଦ୍ର ଜଣେ ଭଲ ମଣିଷ। ତାଙ୍କର ସ୍ବଭାବ, ଚାଲିଚଳନ ଅନ୍ୟମାନଙ୍କ ଠାରୁ ଭିନ୍ନ। ଜଣେ ଘରୋଇ ମଣିଷ ସେ।’’ ଆଉ ଭାଲେଣ୍ଟାଇନ୍‌ ଡେ’? ଜିନା ହସିକି କହିଲେ, ‘‘ବାହାଘର ପୂର୍ବରୁ ଭାଲେଣ୍ଟାଇନ୍‌ ଡେ’ ଆସିଛି, ଯାଇଛି; ବାହାଘର ପରେ ମଧ୍ୟ। ହେଲେ ଆମେ ଦୁହେଁ ସତରେ କେବେ ଏହାକୁ ପାଳନ କରିନାହୁଁ। ଯଦିଓ ଟେଲିଭିଜନ୍‌ ସ୍କ୍ରିନ୍‌ରେ ପାଳନ କରିଛୁ। ହେଲେ ପୁଲ୍‌ୱାମା ଆକ୍ରମଣ ପରଠାରୁ ଆମେ ଦୁହେଁ ଜନ୍ମଦିନ କିମ୍ବା ଅନ୍ୟ କୌଣସି ସେଲିବ୍ରେସନ କରିନାହୁଁ।’’

ଗଛ ସହିତ ପ୍ରେମ ଦିବସ

ଭୁବନେଶ୍ବର: ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ପ୍ରେମ ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏଥିରେ ଅଭୟାରଣ୍ୟ ଭିତରେ ରହୁଥିବା ଆଦିବାସୀମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଗଛକୁ ହାର୍ଟ ବେଲୁନ୍‌ରେ ସଜ୍ଜିତ କରାଯିବା ସହିତ ଚନ୍ଦନ, ସିନ୍ଦୁର ଲଗାଇ ପୂଜା କରାଯାଇ ଥିଲା। ଏଥିରେ ସାମାଜିକ କର୍ମକର୍ତ୍ତା ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା, ବାପିନା ନାୟକ, ପ୍ରିୟବ୍ରତ ପଣ୍ଡା, ବିଚିତ୍ର ମାଝୀ ଓ ସୁବାସ ଓଝା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe