ବୁଦ୍ଧ ପାର୍କ ଶୌଚାଳୟରେ ତାଲା, ଲୋକେ ହନ୍ତସନ୍ତ

Advertisment
ବୁଦ୍ଧ ପାର୍କ ଶୌଚାଳୟରେ ତାଲା, ଲୋକେ ହନ୍ତସନ୍ତ

Bob Vila

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାରସ୍ଥିତ ବୁଦ୍ଧପାର୍କ ଶୌଚାଳ‌ୟରେ ତାଲା ପଡ଼ିଛି। ଏଥିଯୋଗୁଁ ପାର୍କକୁ ଆସୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି। ମାତ୍ର ଏହାକୁ ନେଇ ପାର୍କ ସୁରକ୍ଷା କର୍ମୀଙ୍କ ଉତ୍ତର ବଡ଼ ବିଚିତ୍ର। ସେମାନଙ୍କ କହିବା ହେଲା, ଶୌଚାଳୟଟି ପାର୍କ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ପରିଦର୍ଶକ ବାହାରେ କିମ୍ବା ବୁଦା ମୂଳରେ ପରିସ୍ରା କରିଦେଲେ ଚଳିଯାଏ। ପାର୍କରେ ବୁଲାବୁଲି କରୁଥିବା କିଛି ସ୍ଥାନୀୟ ମହିଳା ଶୌଚାଳୟ ବ୍ୟବହାର କରିବା ପାଇଁ ପାର୍କ କର୍ମଚାରୀମାନଙ୍କୁ କହିବାରୁ ସେମାନେ ପୁରୁଷ ଶୌଚାଳୟକୁ ବାଟ ଦେଖାଇ ଦେଇଥିଲେ। ଅନ୍ୟ ଦୁଇଟି ଶୌଚାଳୟ କାହିଁକି ତାଲା ପଡ଼ି ରହୁଛି ବୋଲି ପ୍ରଶ୍ନ କରିବାରୁ ପାର୍କ କର୍ମଚାରୀମାନେ ମହିଳାମାନଙ୍କ ସହ ବଚସା କରିଥିଲେ। ଏନେଇ ସୁନିତା ବେସ୍ରା ଓ ଜ୍ୟୋତ୍ସ୍ନାରାଣୀ ମହାନ୍ତି ନାମକ ମହିଳା ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ନିକଟରେ ଅଭିଯୋଗ କରିବାରୁ ପାର୍କ ନିକଟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଥିଲା।

ସୂଚନାଥାଉକି, ବୁଦ୍ଧ ପାର୍କ ଭିତରେ ଦୁଇଟି ଶୌଚାଳୟ ଓ ଦୁଇଟି ପରିସ୍ରାଗାର ଥିବା ବେଳେ ପୁରୁଷଙ୍କ ପରିସ୍ରାଗାର ବ୍ୟତୀତ ଆଉ ସବୁ ତାଲା ପଡ଼ିରହୁଛି। ଫଳରେ ମହିଳା ପରିଦର୍ଶକମାନେ ହନ୍ତସନ୍ତ ହେଉଛନ୍ତି। ଜଣେ ମହିଳା ‌ପୁରୁଷଙ୍କ ଶୌଚାଳୟରେ ଶୌଚ ହେଉଥିବା ବେଳେ ଅନ୍ୟ ଜଣେ ମହିଳା ବାଟରେ ଜଗି ରହିଥାନ୍ତି। ଏପରି ଦୟନୀୟ ପରିସ୍ଥିତିରେ ବୁଦ୍ଧ ପାର୍କକୁ ବୁଲାବୁଲି କରିବା ପାଇଁ ଆସୁଥିବା ଦର୍ଶକମାନେ ‌ଶୌଚାଳୟ ସୁବିଧା ନପାଇ ହଇରାଣ ହେଉଥିବା ସୂଚନା ପାଇ ସ୍ଥାନୀୟ ବରିଷ୍ଠ ନାଗରିକ ଦେବରାଜ ଲେଙ୍କା ଓ ସମାଜସେବୀ ପ୍ରତାପ ଚନ୍ଦ୍ର ଜେନା ଘଟଣାର ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe