ଚାନ୍ଦା ମାଗିଲେ ବନ୍ଧା ହେବେ, ଜାରି ହେବ ଟୋଲ-ଫ୍ରି’ ନମ୍ବର

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭୁବନେଶ୍ୱର : ଆସୁଛି ପାର୍ବଣ ଋତୁ। ପୂଜାକୁ ଆଳ କରି କେହି ଚାନ୍ଦା ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ପ୍ରଦାନକାରୀର ପରିଚୟ ଗୋପନ ରଖାଯିବ। ସୂଚନା ଦେବା ପାଇଁ ଆସନ୍ତାକାଲି ଡିଜି ନମ୍ବର ଜାରି କରିବେ। ଏଣୁ ଚାନ୍ଦା ମାଗ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ। ଏନେଇ ସମସ୍ତ ପୂଜା କମିଟିମାନଙ୍କୁ ଜଣାଇ ଦିଆଯାଇଛି।

ସୂଚନାଯୋଗ୍ୟ, ପୂଜା ଆଳରେ କେତେକ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ଘର ଘର ବୁଲି ଚାନ୍ଦା ଆଦାୟ କରନ୍ତି। ନଦେଲେ ରାଗ ରଖି ହଇରାଣ କରନ୍ତି। ଏଣୁ ଭୟରେ ଲୋକମାନେ ଚାନ୍ଦା ଦେଇଥାନ୍ତି। କେହି କେହି ବାଟରେ ଗାଡ଼ି ମୋଟର ଅଟକାଇ ଚାନ୍ଦା ଆଦାୟ କରନ୍ତି। ହେଲେ ଏସବୁକୁ ବରଦାସ୍ତ ନ କରିବା ପାଇଁ କମିସନରେଟ୍‌ ପୁଲିସ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe