ଜମିଲା ରବିବାରିଆ ଛାଡ଼ଖାଇ: ନେଇଗଲେ ୪୫ ଟନ୍‌ ମଟନ୍, ୫ କୋଟିର ଆମିଷ ବେପାର

Advertisment

ଶନିବାରର ସଂକ୍ରାନ୍ତି ଯୋଗୁ ମାଡ଼ ଖାଇଥିବା ଛାଡ଼ଖାଇ ରବିବାର ବେଶ ଜମିଛି। ମାସ ସାରା ନିରାମିଷ ଖାଇ ଏହି ଦିନକୁ ଅପେକ୍ଷା କରିଥିବା ଗ୍ରାହକ ମନଭରି ଆମିଷ ଖାଇଛନ୍ତି। ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼ ହୋଇଥିଲା।

ଶନିବାରର ସଂକ୍ରାନ୍ତି ଯୋଗୁ ମାଡ଼ ଖାଇଥିବା ଛାଡ଼ଖାଇ ରବିବାର ବେଶ ଜମିଛି। ମାସ ସାରା ନିରାମିଷ ଖାଇ ଏହି ଦିନକୁ ଅପେକ୍ଷା କରିଥିବା ଗ୍ରାହକ ମନଭରି ଆମିଷ ଖାଇଛନ୍ତି। ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼ ହୋଇଥିଲା।

fssfhfsfh

ଭୁବନେଶ୍ୱର: ଶନିବାରର ସଂକ୍ରାନ୍ତି ଯୋଗୁ ମାଡ଼ ଖାଇଥିବା ଛାଡ଼ଖାଇ ରବିବାର ବେଶ ଜମିଛି। ମାସ ସାରା ନିରାମିଷ ଖାଇ ଏହି ଦିନକୁ ଅପେକ୍ଷା କରିଥିବା ଗ୍ରାହକ ମନଭରି ଆମିଷ ଖାଇଛନ୍ତି। ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼ ହୋଇଥିଲା। ସହରରୁ ଉପକଣ୍ଠ ପର୍ଯ୍ୟନ୍ତ ସବୁଠି ଗ୍ରାହକଙ୍କ ଆମିଷ ବୋହି ନେଇଛନ୍ତି। ଏ ବର୍ଷ ମଟନ୍‌ ବେପାର ରେକର୍ଡ ଭାଙ୍ଗିଛି। ମୋଟ ୫ କୋଟିର ଆମିଷ ବେପାରରୁ ମଟନ କେବଳ ୪୫ ଟନ୍‌ ବିକ୍ରି ହୋଇଛି। 

ରାତି ପାହିବା ପୂର୍ବରୁ ହୋଟେଲ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଗ୍ରାହକ ନିଜ ନିଜ ପସନ୍ଦର ଆମିଷ ବଜାରରେ ପହଞ୍ଚି ଯାଇଥିଲେ। ସଜ ମାଛ ଓ ଭଲ ଖାସି ମାଂସ ପାଇବା ଆଶାରେ ସେମାନେ ଯଥାସମ୍ଭବ ସଅଳ ଆସିବାକୁ ଉଦ୍ୟମ କରିଥିଲେ। ରାତି ପାହିବା ବେଳକୁ ପ୍ରାୟ ୩୦ ପ୍ରତିଶତ ଆମିଷ ବିକ୍ରି ହୋଇସାରିଥିଲା। ଖାସି ମାଂସ ଦର ପୂର୍ବ ଦିନ ଠାରୁ ଉଚ୍ଚା ରହିଥିଲା। କିନ୍ତୁ ଦରକୁ ନେଇ ଗ୍ରାହକ ଚିନ୍ତା କରି ନଥିଲେ। ବରଂ କାହାକୁ କେତେ ଦରକାର ଥିଲା ଦୋକାନୀ କେବଳ ତାଲିକା କରୁଥିବା ପରିଲକ୍ଷିତ ହୋଇଥିଲା। ପୂର୍ବ ଦିନର ଦର ଠାରୁ କେବଳ ଖାସି ମାଂସ ନୁହେଁ, ବରଂ ସବୁଥିରେ କିଲୋ ପିଛା ୨୦ରୁ ୫୦ ଟଙ୍କା ଯାଏ ଅଧିକ ଥିଲା। ପ୍ରତି ବର୍ଷ ଆମିଷ ବେପାର ରେକର୍ଡ ଭାଙ୍ଗୁଛି। ପୂର୍ବବର୍ଷ ୪ କୋଟି ଟଙ୍କା‌ର ବେପାର ହୋଇଥିବା ବେଳେ ଆଜି ୫ କୋଟି ଟଙ୍କାର ଆମିଷ କାରବାର ହୋଇଛି। ୧.୮୦ କୋଟିରୁ ୨ କୋଟି ଟଙ୍କାର ୪୫ ଟନ୍‌ ମଟନ୍‌ ବିକ୍ରି ହୋଇଥିବା ବେଳେ ‌୧.୮୦ କୋଟି ଟଙ୍କାର ଚିକେନ୍‌ ଓ ୧.୭୦ କୋଟି ଟଙ୍କାର ମାଛ ବିକ୍ରି ହୋଇଛି।

ଉପକୂଳିଆ ଖାସି, ମାଛର ଚାହିଦା ବେଶି
ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘର ରାଜ୍ୟ ସଭାପତି ସେଖ୍‌ ମୁନ୍ତାକିମ୍ ବକ୍ସଙ୍କ କହିବା କଥା, ୧୫ଗାଡ଼ିରେ ଆସିଥିବା ୧୩୧ ଟନ୍ ମାଛ, ୧୦୦ ପିକଅପ୍‌ ଗାଡ଼ିରେ ୧୫୦ ଟନ୍‌ ଚିକେନ, ଛେଳି ଓ ଖାସି ୩୦ଟି ପିକଅପ୍ ଗାଡ଼ିରେ ୫୪ଟନ୍ ଆସିଥିଲା। ବେପାରୀମାନେ ବଲାଙ୍ଗୀର, ନୟାଗଡ଼, ଦଶପଲ୍ଲା, କାକଟପୁର ଓ ନିମାପଡ଼ା ଅଞ୍ଚଳରୁ ଛେଳି ଆଣିଥିଲେ। ଏହା ଯଥେଷ୍ଟ ହେଉ ନଥିବାରୁ ପଶ୍ଚିମବଙ୍ଗର ନର୍‌ଖୁଲ୍‌ଡଙ୍ଗା, ମାଲ୍‌ଦା, କ୍ଷେତ୍ରିପୁରରୁ ଛେଳି ଆସିଥିଲା। ଖୋର୍ଦ୍ଧା, ନିମାପଡ଼ା, ଗୋପ ଭଳି ଉପକୂଳିଆ ଅଞ୍ଚଳର ଖାସି ମାଂସର ଚାହିଦା ଅଧିକ ଥିଲା। ଖାସି ମାଂସ କି‌ଲୋ ପିଛା ୮୫୦ ଟଙ୍କା ରହିଥିଲା। ଆନ୍ଧ୍ର ମାଛ ଅପେକ୍ଷା ଦେଶୀ ମାଛର ଚାହିଦା ଅଧିକ ରହିଥିଲା। ଦର ମଧ୍ୟ କିଲୋ ପିଛା ୨୦ ଟଙ୍କା ଅଧିକ ଥିଲା। ଆନ୍ଧ୍ର ରୋହି, ଭାକୁଡ଼ କିଲୋ ପିଛା ୨୦୦ରୁ ୨୪୦ ଟଙ୍କା ରହିଥିବା ବେଳେ ଉପକୂଳିଆ ରୋହି, ଭାକୁଡ଼, ମିରକାଳି ମାଛ କିଲୋ ୨୪୦ ଟଙ୍କାରୁ କମ୍‌ ନଥିଲା। ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲ୍ଲା, ସୋରଡ଼ା ଡ୍ୟାମ୍‌ରୁ ଆଜି ରାଜଧାନୀକୁ ମାଛ ଆସିଥିଲା। ପ୍ରତିଦିନ ରାଜଧାନୀକୁ ୬ଟି ମା‌ଛ ଗାଡ଼ି ଆସୁଥିବା ବେଳେ ଛାଡ଼ଖାଇ ପାଇଁ ୧୫ଗାଡ଼ି ମାଛ ଆସିଥିଲା। ଚିଙ୍ଗୁଡ଼ି କାରବାର ମଧ୍ୟ ଭଲ ରହିଥିଲା। ୨୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚିଙ୍ଗୁଡ଼ି ବିକ୍ରି ହେଉଥିଲା। ପୋହଳା କିଲୋ ୨୦୦ରୁ ୨୫୦, ଲୁଣି ଭେକ୍‌ଟି ୫୦୦ରୁ ୭୦୦, ଲୁଣି କଙ୍କଡ଼ା ୨୦୦ରୁ ୨୫୦ ଟଙ୍କା ଥିଲା‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe