Looksgud.in
ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଅଶୋକା ବାର୍ରେ ଜଣେ ଗ୍ରାହକଙ୍କୁ ଆକ୍ରମଣ କରି ଲୁଟ୍ କରାଯାଇଛି ବୋଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣ ଓ ଲୁଟ୍ର ଶିକାର ହୋଇଥିବା ସହିଦନଗରର ସୂର୍ଯ୍ୟନାରାୟଣ ବାରିକ ଏନେଇ ଆଜି ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ସୂର୍ଯ୍ୟଙ୍କ ଏତଲା ମୁତାବକ, ଗତକାଲି ରାତିରେ ସେ ଅଶୋକା ବାର୍ରେ ମଦ ପିଉଥିବା ବେଳେ କିଛି ଯୁବକ ତାଙ୍କ ସହ ଅଯଥାରେ ବଚସା କରି ଗଣ୍ଡଗୋଳ କରିଥିଲେ। ପରେ ସେମାନେ ତାଙ୍କ ମୁଣ୍ଡକୁ ମଦ ବୋତଲରେ ପିଟିବା ସହ ତାଙ୍କ ଚେନ୍ ଓ ବ୍ରେସଲେଟ୍ ଛଡ଼ାଇନେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ହସ୍ପିଟାଲରୁ ବାହାରିବା ପରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।
ଅପରପଟେ ଗତକାଲି ବିଳମ୍ବିତ ରାତିରେ ରେନ୍ ଦି କ୍ଲବ୍ ବାର୍ରେ ହୋଇଥିବା ଘନଘନ ବୋମା ମାଡ଼ ଘଟଣାକୁ ୨୪ଘଣ୍ଟା ବିତିଥିଲେ ବି ଲକ୍ଷ୍ମୀସାଗର ଥାନା ପୁଲିସ ଏଯାବତ୍ କାହାକୁ ଧରିପାରିନାହିଁ। ଦାଦାବଟି ଆଦାୟକୁ କେନ୍ଦ୍ର କରି ବାର୍ ଉପରେ ବୋମାମାଡ଼ ହୋଇଛି ବୋଲି ମାଲିକ ସତ୍ୟ ମହାନ୍ତି ଥାନାରେ ଅଭିଯୋଗ କରିଛନ୍ତି।
Follow Us