୨୧ରୁ ତୋଷାଳି ମେଳା: ପ୍ରଦର୍ଶନୀରେ ସାମିଲ ହେବ ୨୫୦ ଷ୍ଟଲ୍‌

Advertisment
ମାର୍ଚ୍ଚ ୨୮ରୁ ତୋଷାଳି ଜାତୀୟ ହସ୍ତତନ୍ତ ମେଳା, ୩୯୦ ଷ୍ଟଲରେ ପ୍ରଦର୍ଶିତ-ବିକ୍ରି ହେବ ସାମଗ୍ରୀ

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତବର୍ଷ ପଞ୍ଚଦଶ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଆସନ୍ତା ୨୧ତାରିଖରୁ ଜନତା ମଇଦାନରେ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀର ଉଦ୍‌ଘାଟନ କରିବେ। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ। ଏଥିରେ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶିତ ହେବ। ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଆବଶ୍ୟକ ବଜାର ସୃଷ୍ଟି କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଓ ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାରଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରିବା ଏହି ମେଳାର ଆଭିମୁଖ୍ୟ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପଦ୍ମନୀ ଦିଆନ କହିଛନ୍ତି।

କୋଭିଡ୍‌-୧୯ ଯୋଗୁଁ କାରିଗର ଓ ବୁଣାକାରମାନେ ସେମାନଙ୍କ ଉତ୍ପାଦର ମାର୍କେଟିଂ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାଜିକ ଦୂରତା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତସଂଖ୍ୟକ ସୁରକ୍ଷାକର୍ମୀ ବିଭିନ୍ନ ବ୍ଲକରେ ନିୟୋଜିତ ହେବେ। ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଥର୍ମାଲ୍ ସ୍କ୍ରିନିଂ କରାଯିବ। ନିୟମିତ ବ୍ୟବଧାନରେ ମେଳା ପରିସର ପରିମଳ ପାଇଁ ଉପଯୁକ୍ତ ଯତ୍ନ ନିଆଯିବ। ମେଳା ପରିସରରେ ପ୍ରଦର୍ଶକ, ପରିଦର୍ଶକ ଓ ଅଧକାରୀଙ୍କ ପାଇଁ ମାସ୍କ ଏବଂ ସାମାଜିକ ଦୂରତା ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ବୟସ୍କ ତଥା ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ୍ ଚେୟାର ସହିତ ଏକ ସ୍ୱତନ୍ତ୍ର ହେଲ୍ପ୍ ଡେସ୍କ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ପରିଦର୍ଶକଙ୍କୁ ସହାୟତା ଯୋଗାଇବାର ବ୍ୟବସ୍ଥା ରହିବ। ମେଳାରେ ୨୫୦ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ ସ୍ଥାନିତ ହେବ। ବିଭିନ୍ନ ରାଜ୍ୟରୁ ୪୦ବୁଣାକାର, ୪୦ କାରିଗର, ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ହୋଇଥିବା ୧୧୦ ଜଣ କାରିଗର ଓ ୬୦ ଜଣ ବୁଣାକାରଙ୍କୁ ଯଥାକ୍ରମେ ରାଜ୍ୟ କୁଟୀର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟକୁ ସାମିଲ କରାଯିବ। ମେଳା ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ଶ୍ରୀମତୀ ଦିଆନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe