ଲିଙ୍ଗରାଜ ମନ୍ଦିରକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଲା

Advertisment
ଲିଙ୍ଗରାଜ ମନ୍ଦିରକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଲା

ପୁରୁଣା ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରୁ ଲଗାଣ ବର୍ଷା ପରଠାରୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ପ୍ରତିଦିନ ମନ୍ଦିରକୁ ସହସ୍ରାଧିକ ଦର୍ଶନାର୍ଥୀଙ୍କ ଆଗମନ ହେଉଥିବା ବେଳେ ଏହା ୧୦ ଗୁଣ ହ୍ରାସ ପାଇଛି। ମିଳିଥିବା ସୂଚନା ମୁତାବକ ପ୍ରତ୍ୟେକ ଦିନ ଓଡ଼ିଶା ଓ ଓଡ଼ିଶା ବାହାରୁ ୬୦ରୁ ଊର୍ଧ୍ୱ ଗାଡ଼ି ଆସୁଥିବା ବେଳେ ଏବେ ଏଇ ସଂଖ୍ୟା ୪ ଭିତରେ ସୀମିତ ରହିଛି। ଏଣେ ସ୍ଥାନୀୟ ଭକ୍ତଙ୍କ ଆଗମନ ମଧ୍ୟ ପୂର୍ବାପେକ୍ଷା ଯଥେଷ୍ଟ ହ୍ରାସ ପାଇଛି। ଆଗକୁ ବର୍ଷା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଲାଗି ରହିବାକୁ ଥିବା ବେଳେ ଆସନ୍ତା ୧୭ ତାରିଖରେ ଆହୁରି ବର୍ଷା ସମ୍ଭାବନା ଥିବାରୁ ଯାତ୍ରୀ ତଥା ପର୍ଯ୍ୟଟକଙ୍କ ଆଗମନକୁ ପ୍ରଭାବିତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe