ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଓ ପୁରୀ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ବହୁ ପର୍ଯ୍ୟଟକଙ୍କୁ ହଟହଟା ହେବାକୁ ପଡ଼ିଛି। ବିଭିନ୍ନ ରାସ୍ତାରେ ଗଛ ପଡ଼ିଥିବାରୁ ପର୍ଯ୍ୟଟକମାନେ ଫସି ରହିଛନ୍ତି। ତାମିଲନାଡ଼ୁର ତୁରର୍ନାମୁଲାଇରୁ ଆସିଥିବା ୫୦ରୁ ଊର୍ଧ୍ବ ପର୍ଯ୍ୟଟକ ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଥିଲା। ସେହିପରି ଆସମରୁ ଆସିଥିବା ୩୦ରୁ ଊର୍ଧ୍ବ ପର୍ଯ୍ୟଟକ ଭୁବନେଶ୍ବର ରେଲ୍ୱେ ଷ୍ଟେସନ୍ରେ ବସିଥିବା ଦେଖିବାକୁ ମିଳିଥିଲା। ସେମାନେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସିଥିଲେ ମଧ୍ୟ ପୁରୀ ଶ୍ରୀଜଗନ୍ନାଥ ଦର୍ଶନ କରିବାରୁ ବଞ୍ଚିତ ହେବା ସହ କୁଆଡ଼େ ଯାଇ ପାରି ନାହାନ୍ତି। ଟ୍ରେନ୍ ଛାଡ଼ିବା ଓ ରାସ୍ତାରେ ଯୋଗାଯୋଗକୁ ଅପେକ୍ଷା କରିଥିବା ଜଣାପଡ଼ିଛି।
ଦର୍ଶନ କରିବାକୁ ଆସିଥିବା ବହୁ ପର୍ଯ୍ୟଟକଙ୍କୁ ହଟହଟା
Advertisment
Follow Us