ଉଠାଦୋକାନୀ ୱେଲ୍‌ଫେୟାର ବୋର୍ଡ ଗଠନ ହେବ: ମେୟର୍‌

Advertisment

ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ, ନିଖିଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ୍‌ ମହାସଂଘ ତରଫରୁ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି। ହଜାର ହଜାର ଉଠାଦୋକାନୀ ରାଜମହଲ ଛକରୁ...

ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ, ନିଖିଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ୍‌ ମହାସଂଘ ତରଫରୁ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି। ହଜାର ହଜାର ଉଠାଦୋକାନୀ ରାଜମହଲ ଛକରୁ...

dgdgdg

ଭୁବନେଶ୍ୱର: ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ, ନିଖିଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ୍‌ ମହାସଂଘ ତରଫରୁ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି। ହଜାର ହଜାର ଉଠାଦୋକାନୀ ରାଜମହଲ ଛକରୁ ପଟୁଆରରେ ଆସି ୟୁନିଟ୍‌-୧ ଫଳ ଭେଣ୍ଡିଂଜୋନ୍‌ଠାରେ ପହଞ୍ଚିବା ପରେ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁଙ୍କ ସଭାପତିତ୍ୱରେ ସଭା ହୋଇଥିଲା। ମୁଖ୍ୟ ଅତିଥି ମେୟର ସୁଲୋଚନା ଦାସ ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ ସହ ପରିଚୟ ପତ୍ର, ଭେଣ୍ଡିଂ ସାର୍ଟିଫିକେଟ୍‌ ଆଦି ପ୍ରଦାନ କରାଯିବ ଓ ଉଠାଦୋକାନୀ ୱେଲଫେୟାର୍‌ ବୋର୍ଡ ଗଠନ କରାଯିବ ବୋଲି କହିଥିଲେ। ମୁଖ୍ୟବକ୍ତା ସିଏମ୍‌ସି ମେୟର ସୁବାସ ସିଂ ରାସ୍ତାକଡ଼ରେ ବସି ବ୍ୟବସାୟ କରିବା ଉଠାଦୋକାନୀଙ୍କ ଅଧିକାର ବୋଲି କହିଥିଲେ। ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ରାଜ୍ୟ ସରକାର ଉଠାଦୋକାନୀଙ୍କୁ ଉଚ୍ଛେଦ ନକରି ଥଇଥାନ କରିବା ଦରକାର ବୋଲି କହିଥିଲେ। ଦ୍ବିତୀୟ ଅଧିବେଶନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ ଅତିଥି ଭାବେ ଯୋଗଦେଇ ଉଚ୍ଛେଦ ଉଠାଦୋକାନୀଙ୍କୁ ଯଥାଶୀଘ୍ର ଥଇଥାନ କରାଯିବ ବୋଲି କହିଥିଲେ।

ଜାତୀୟ ଉଠାଦୋକାନୀ ଦିବସ ପାଳିତ

ଫୁଟ୍‌ପାଥ୍‌ର ଏକ ତୃତୀୟାଂଶ ଜାଗାରେ ଉଠାଦୋକାନୀମାନଙ୍କୁ ଥଇଥାନ କରିବା, ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା, ପ୍ରତ୍ୟେକ ଉଠାଦୋକାନୀ ସଂଘ ବା ଭେଣ୍ଡିଂଜୋନରେ ଶୌଚାଳୟ, ପାନୀୟ ଜଳ, ବିଜୁଳି ଓ ପାର୍କିଂର ବ୍ୟବସ୍ଥା କରିବା, ବିଶ୍ୱ ହକି ଖେଳ ଓ ପ୍ରବାସୀ ଭାରତୀୟ ସମ୍ମିଳନୀ ସମୟରେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ ଆଦି ୭ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ବିପିନ ଜେନା, ସୂର୍ଯ୍ୟମଣି ସାହୁ, ନିରଞ୍ଜନ ପାଣ୍ଡେ, ଲଲାଟ ଓଝା, ଶୁଭଲକ୍ଷ୍ମୀ ମହାନ୍ତି, ସସ୍ମିତା ସାହୁ, ଶାନ୍ତନୁ କୁମାର ସାହୁ, ପ୍ରଶାନ୍ତ କୁମାର ନାୟକ, ଶରତ କୁମାର ସାହୁ, ନାରୁଆ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଯୁଗ୍ମସମ୍ପାଦକ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe