ଟାୱାର ବ୍ୟାଟେରି ଚୋରି, ୩ ଗିରଫ

Advertisment
ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ବାଲିପାଟଣା : ମୋବାଇଲ ଟାୱାରରୁ ବ୍ୟାଟେରି ଚୋରି କରୁଥିବା ଅଭିଯୋଗରେ ବାଲିପାଟଣା ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବନମାଳୀପୁର ପଇଡ଼ପାଟଣା ଗ୍ରାମର ଲିଙ୍ଗରାଜ ମଲ୍ଲିକ(୨୮), ସୁଦାନଗରପାଟଣାର ଲକ୍ଷ୍ମଣ ବେହେରା (୨୦) ଓ ଅଠାନ୍ତର ଗ୍ରାମର କାହ୍ନୁ ଭୋଇ। ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଅଠାନ୍ତର ଛକସ୍ଥିତ ଭୋଡାଫୋନ୍‌ ମୋବାଇଲ୍ ଟାୱାର ଭିତରେ ପଶି ବ୍ୟାଟେରି ଚୋରି କରିବା ପାଇଁ ଉଦ୍ୟମ କରୁଥିଲେ। ସେନ୍‌ସର୍‌ରୁ ଏହି ସୂଚନା ପାଇ ଭୋଡାଫୋନ୍‌ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ବାଲିପାଟଣା ଥାନା ପୁଲିସକୁ ଜଣାଇଥିଲେ। ପୁଲିସ୍‌ ମଧ୍ୟ ତୁରନ୍ତ ସେଠାରେ ପହଞ୍ଚିଥିଲା ଓ ଚୋରମାନଙ୍କୁ କାବୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe