ଗଠନ ହେଲା ଟାଉନ୍‌ ଭେଣ୍ଡିଂ କମିଟି: ଭେଣ୍ଡର୍‌ଙ୍କଠାରୁ ଆଦାୟ ହେବ ତ ମାହାସୁଲ!

Advertisment

ଥଇଥାନ ହେବେ ଉଠାଦୋକାନୀ, କମିଟିର ପିଛା ଛାଡ଼ୁନି ବିବାଦ, ବର୍ଷକୁ ୭ କୋଟି ରାଜସ୍ବ ହାନୀ

ଥଇଥାନ ହେବେ ଉଠାଦୋକାନୀ, କମିଟିର ପିଛା ଛାଡ଼ୁନି ବିବାଦ, ବର୍ଷକୁ ୭ କୋଟି ରାଜସ୍ବ ହାନୀ

ଉଠାଦୋକାନୀଙ୍କ ସମର୍ଥନ ପାଇଁ କସରତ; ପ୍ରତି ୱାର୍ଡରେ ହେବ ଭେଣ୍ଡିଂଜୋନ୍‌: ବିଜେଡି

Telegraph India

ଭୁବନେଶ୍ବର : ଉଠାଦୋକାନୀଙ୍କ ଥଇଥାନ ପାଇଁ ଟାଉନ୍‌ ଭେଣ୍ଡିଂ କମିଟି ଗଠନ କରିଛି ବିଏମ୍‌ସି। କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ୧୧ ଜଣ ସଦସ୍ୟ ଅଛନ୍ତି। ଭୁବନେଶ୍ବର ଡିସିପି, ବିଏମ୍‌ସି ପ୍ଲାନର, ଖୋର୍ଦ୍ଧା ଜିଲ୍ଲା ଲିଡ୍‌ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ସମେତ ୱାର୍ଡ ନମ୍ବର ୧୨ କର୍ପୋରେଟର ଜୟନ୍ତୀ ସାହୁ, କଳିଙ୍ଗ ନଗର ରେସିଡେନ୍‌ସିଆଲ ଆସୋସିଏସନ ସଭାପତି ସୁଶାନ୍ତ ଦାସ, ୟୁନିଟ୍‌-୧ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ବାଇଁ, ଏନ୍‌ଜିଓ ସିଏଫ୍‌ଏଆର ସଦସ୍ୟ, ଆଇଆରସି ଗଜଲକ୍ଷ୍ମୀ ଭେଣ୍ଡିଂ ଜୋନ୍‌ର ମନୋଜ ସ୍ବାଇଁ, ୟୁନିଟ୍‌-୯ ଗଜଲକ୍ଷ୍ମୀ ଭେଣ୍ଡିଂ ଜୋନ୍‌ର ସନ୍ଧ୍ୟା ସେଠୀ, ସିଆରପି ଛକ ଲୋକନାଥ ଭେଣ୍ଡିଂ ଜୋନ୍‌ର ବିଜୟ ଦାସ ଓ ସ୍ମାର୍ଟ ଜନପଥ ବ୍ୟବସାୟୀ ଧୀରେନ୍ଦ୍ର ସ୍ବାଇଁ ରହିଛନ୍ତି।

ପୂର୍ବରୁ ଏହି ଭେଣ୍ଡିଂ କମିଟି ବିବାଦୀୟ ହୋଇ ରହିଛି। ୨୦୧୫ ମସିହାରେ ବିଏମ୍‌ସି ଭୁବନେଶ୍ବରରେ କେତେ ଉଠାଦୋକାନୀ (ଥଇଥାନ ହୋଇନଥିବା) ଅଛନ୍ତି ତାହାର ସର୍ଭେ କରିଥିଲା। ଏକ ତୃତୀୟ ପକ୍ଷ ସଂସ୍ଥା ଦ୍ବାରା ହୋଇଥିବା ସର୍ଭେ ପାଇଁ ବିଏମ୍‌ସି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ୬୭ ୱାର୍ଡରେ ୨୧ ହଜାର ଭେଣ୍ଡର ରହିଥିବା ଆକଳନ ହୋଇଥିଲା। ପ୍ରତି ଭେଣ୍ଡର ପିଛା ଦିନକୁ ୧୦ ଟଙ୍କା (ମାହାସୁଲ ବାବଦକୁ) ଆଦାୟ କରିବା ନିଷ୍ପତ୍ତି ହୋଇଥିଲା। ଅର୍ଥାତ୍‌ ଦିନକୁ ୨ ଲକ୍ଷ ୧୦ ହଜାର ଟଙ୍କା ହିସାବରେ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ୭ ବର୍ଷରେ ୫୩ କୋଟି ୬୫ ଲକ୍ଷ ୫୦ ହଜାର ଟଙ୍କା ଆଦାୟ ହେବା କଥା। କିନ୍ତୁ ଟଙ୍କାଟିଏ ଆଦାୟ ହେଉନି। ୬୦ ଲକ୍ଷ ଖର୍ଚ୍ଚ କରି ସର୍ଭେ କରିବା ଓ ତା’ ପରେ ବି ବାର୍ଷିକ ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରାଜସ୍ବ ହରାଇବା କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠିଛି। ଏହି ଅର୍ଥ କାହିଁକି ଆଦାୟ ହେଉନି? ଏତେ ପରିମାଣର ରାଜସ୍ବ ବିଏମ୍‌ସି କାହିଁକି ହରାଉଛି? ପୂର୍ବରୁ ରହିଥିବା କମିଟି କ’ଣ କରିଛି? ଏ ନେଇ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ତାହାକୁ ନେଇ ବିଏମ୍‌ସି ବିବାଦରେ ରହିଛି। ଏତିକିବେ‌ଳେ ବିଏମ୍‌ସି ଅତିରିକ୍ତ କମିସନର ମନଇଚ୍ଛା କମିଟି ଗଠନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

କେବଳ ଏହି ଘଟଣା ନୁହେଁ, ବରଂ ଯେଉଁଠି ବିଏମ୍‌ସି ଭେଣ୍ଡିଂ ଜୋନ୍‌ ତିଆରି କରି ଉଠା ଦୋକାନୀଙ୍କୁ ଥଇଥାନ କରିଛି ସେଠାରେ ମଧ୍ୟ ବିବାଦ ରହିଛି। ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥିବା ବେଳେ କେତେକ ଅଯୋଗ୍ୟଙ୍କୁ ଭେଣ୍ଡିଂ ଜୋନ୍‌ରେ ସାମିଲ କାରିବା ନେଇ ଅଭିଯୋଗ ରହିଛି। ସ୍ମାର୍ଟ ଜନପଥରେ ହୋଇଥିବା କିଓସ୍କ‌ ଆବଣ୍ଟନରେ ଏଭଳି ଅନେକ ଅଭିଯୋଗ ରହିଥିବାରୁ ବର୍ଷ ବର୍ଷ ଧରି ଏହା ବ୍ୟବସ୍ଥିତ ହୋଇ ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe