ଗଡୁନି ଟଏଟ୍ରେନ୍, ପର୍ଯ୍ୟଟକ ନିରାଶ

Advertisment
ଗଡୁନି ଟଏଟ୍ରେନ୍, ପର୍ଯ୍ୟଟକ ନିରାଶ

ବାରଙ୍ଗ: ଏକ ସପ୍ତାହ ହେଲାଣି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିବା ବ୍ୟାଟେରି ଚାଳିତ ଟଏଟ୍ରେନ୍ ବନ୍ଦ ରହିବା ଫଳରେ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ପ୍ରବେଶ ଫାଟକରେ ତାଲା ପଡିଛି, ବାହାରେ ସୁରକ୍ଷା କର୍ମଚାରୀ ଜଗି ରହୁଛନ୍ତି। ବର୍ଷାରେ ଟଏଟ୍ରେନରେ ଯାତ୍ରାକରି ବନ୍ୟ ପରିବେଶର ସୌନ୍ଦର୍ଯ୍ୟ ଉପଭୋଗ କରିବାର ଆଶାରଖି ଆସୁଥିବା ପର୍ଯ୍ୟଟକମାନେ ସୁରକ୍ଷାକର୍ମୀକୁ ଟ୍ରେନ୍‌ କେବେ ଚାଲିବ ବୋଲି ପଚାରୁଛନ୍ତି ତ ସୁରକ୍ଷାକର୍ମୀ କହୁଛନ୍ତି, ‘‘ମତେ ଜଣାନାହିଁ।’’ କେହି କେହି ବି କୁହାକୁହି ହେଉଛନ୍ତି ଯେ ମେଣ୍ଟେନାନ୍ସ ଚାଲିଛି, ତେଣୁ ବନ୍ଦ ଅଛି। କିନ୍ତୁ କିଛି ନିର୍ଦ୍ଦିଷ୍ଟ ଉତ୍ତର ମିଳୁନି। କର୍ତ୍ତୃପକ୍ଷ ଚିଡ଼ିଆଖାନାରେ ସବୁ ନିଷ୍ଠା ଦେଉଥିବାବେଳେ ଟଏଟ୍ରେନ୍‌କୁ ଆଦୌ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି।

ସୂଚ଼ନାଯୋଗ୍ୟ ୧୨ ବର୍ଷ ଧରି ବନ୍ଦ ରହିଥିବା ଶିଶୁରେଳ ସ୍ଥାନରେ ୨୦୨୧ ମସିହା ଅକ୍ଟୋବର ୮ ତାରିଖରେ ନନ୍ଦନକାନନରେ ବ୍ୟାଟେରିଚାଳିତ ଟଏଟ୍ରେନ୍ ଶୁଭାରମ୍ଭ କରାଯାଇଥିଲା। ହେଲେ ମୂଳରୁ ଟ୍ରେନ୍‌ଟି ପର୍ଯ୍ୟଟକଙ୍କର ବିଶ୍ୱାସଭାଜନ ହୋଇ ପାରିନାହିଁ। ଚାଲୁ ହେବାର ମାତ୍ର ଦିନ କେଇଟା ଭିତରେ ଟ୍ରେନ୍‌ର ଆଗ ଇଂଜିନ୍ ତଳେ ସର୍ଟସର୍କିଟ ହୋଇ ନିଆଁ ଲାଗିଥିଲା। ହେଲେ ପର୍ଯ୍ୟଟକଙ୍କର କିଛି କ୍ଷୟକ୍ଷତି ହୋଇନଥିଲା। ପୁଣି ଚଳିତ ବର୍ଷ ଜାନୁଆରି ୨୪ ତାରିଖରେ ସବୁ ବ୍ୟାଟେରି‌ରେ ତ୍ରୁଟି ଦେଖାଯିବାରୁ ଟ୍ରେନ୍‌ ପୁଣି ମୁହଁମାଡ଼ି ପଡ଼ିଲା। ଫଳରେ ପର୍ଯ୍ୟଟକ ନିରାଶ ହୋଇ ଫେରିଥିଲେ। ମାର୍ଚ୍ଚ ମାସରେ ନୂଆ ବ୍ୟାଟେରି ଲଗାଯିବା ପରେ ଟ୍ରେନ୍‌ ପୁଣି ଚାଲୁ ହୋଇଥିଲା। କିନ୍ତୁ ଏବେ ପୁଣି ବନ୍ଦ ରହିଥିବାରୁ ପର୍ଯ୍ୟଟକ ନିରାଶ ହେବା ସହ ଟଏଟ୍ରେନ୍ ସେମାନଙ୍କର ଆସ୍ଥା ହରାଉଛି। ବାରମ୍ବାର ଟଏଟ୍ରେନ୍ ଅଚ଼ଳ ହେଉଥିବା ବେଳେ ସ୍ଥାୟୀ ସମାଧାନ ହୋଇ ପାରୁନାହିଁ କାହିଁକି? ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସ୍ଥାୟୀ ସମାଧାନର ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe