‘ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ ହେବ’

Advertisment

ଟିପିସିଓଡିଏଲ୍‌ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସମୟରେ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି। ଏଭଳି ଏକ ସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଟିପିସିଓଡିଏଲ୍‌ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସମୟରେ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି। ଏଭଳି ଏକ ସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

tpcodl

ଭୁବନେଶ୍ୱର: ଟିପିସିଓଡିଏଲ୍‌ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସମୟରେ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି। ଏଭଳି ଏକ ସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ବ୍ୟବସାୟ ନିରନ୍ତରତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍‌ପି)ରେ ବାସ୍ତବ ସମୟ ପାଣିପାଗ ଆକଳନ ଓ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ସହ ବିପର୍ଯ୍ୟୟ ପୂର୍ବରୁ ସତର୍କ ସୂଚନା ଜାରି କରିବା ଓ ତ୍ୱରିତ ପୁନରୁଦ୍ଧାର ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା ହୋଇଛି। 

ଉପଭୋକ୍ତାଙ୍କ ପାଇଁ ୨୪ ଘଣ୍ଟିଆ ଟେଲିଫୋନ୍‌ ଲାଇନ୍‌ ୧୯୧୨/ ୧୮୦୦୩୪୫୭୧୨୨ ଜାରି କରାଯାଇଛି। ସମ୍ଭାବ୍ୟ ସମସ୍ୟାକୁ ତ୍ବରିତ ସମାଧାନ ପାଇଁ କ୍ୱିକ୍‌-ରେସପନ୍ସ ଟିମ୍ ମୁତୟନ କରାଯାଇଛି। ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି, “ସମ୍ଭାବ୍ୟ ବାତ୍ୟାରେ ବିଦ୍ୟୁତ ଯୋଗାଣରେ ସୃଷ୍ଟି ହେବାକୁ ଥିବା ବାଧାକୁ ସର୍ବନିମ୍ନ କରିବାକୁ ଆମେ ପ୍ରସ୍ତୁତ ରହିଛୁ। ବିଦ୍ୟୁତ ଯୋଗାଣ ଉପରେ ନଜର ରଖିବା ପାଇଁ ସେଣ୍ଟ୍ରାଲ୍ ରୁମକୁ କାର୍ଯ୍ୟକାରୀ ହୋଇଛି। ଆବଶ୍ୟକୀୟ କର୍ମଚାରୀ ଓ ପର୍ଯ୍ୟାପ୍ତ ପରିମାଣର ଉପକରଣ ମହଜୁଦ ରଖାଯାଇଛି। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ କର୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ସମସ୍ତ ଜରୁରୀକାଳୀନ ପରିସ୍ଥିତି ଏଡ଼ାଇବାକୁ ଉଦ୍ୟମ କରିବୁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe