ଉପଭୋକ୍ତାଙ୍କୁ ବାଡ଼େଇଲେ ଟିପିସିଓଡିଏଲ୍ କର୍ମଚାରୀ: ଉଭୟ ପକ୍ଷରୁ ଥାନାରେ ଅଭିଯୋଗ

Advertisment
ଉପଭୋକ୍ତାଙ୍କୁ ବାଡ଼େଇଲେ ଟିପିସିଓଡିଏଲ୍ କର୍ମଚାରୀ: ଉଭୟ ପକ୍ଷରୁ ଥାନାରେ ଅଭିଯୋଗ

ଭୁବନେଶ୍ବର: ବିଦ୍ୟୁତ୍‌ ବିଲ୍‌ ଆଦାୟକୁ ନେଇ ଉପଭୋକ୍ତା ଓ ଟିପିସିଓଡିଏଲ୍ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଉପଭୋକ୍ତା ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଜାଗମରା କ୍ରିଷ୍ଣା ଗାର୍ଡେନ ଆନେକ୍ସ ଆପାର୍ଟମେଣ୍ଟରେ ଗତ ୨୮ ତାରିଖରେ ଟିପିସିଓଡିଏଲର କିଛି କର୍ମଚାରୀ ବିଲ୍‌ ଆଦାୟ କରିବାକୁ ଆସିଥିଲେ। ବିଲ୍‌ରେ ତ୍ରୁଟି ଥିବା ଉପଭୋକ୍ତା ତୁଷାର ପଟ୍ଟନାୟକ ଟିପିସିଓଡିଏଲ କର୍ମଚାରୀମାନଙ୍କୁ କହିଥିଲେ। ହେଲେ ସେମାନେ କିଛି ବି ଶୁଣି ନଥିଲେ ଓ ବିଲ ବାବଦ ଟଙ୍କା ଦେବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ତେବେ ଘଟଣାର କିଛି ସମୟ ପରେ ୧୫ରୁ ୨୦ ଜଣ ଲୋକ ଆସି ପୁଣି ବକେୟା ବିଲ୍‌ ମାଗିଥିଲେ। ଉପଭୋକ୍ତା ଜଣକ ପୁଣି ସମାନ କଥା କହିଥିଲେ। ଏହାପରେ ସେମାନେ ତାଙ୍କ ଲାଇନ୍‌ କାଟି ଦେଇଥିଲେ।

ଏଥିରେ ରାଗିଯାଇ ତୁଷାର କାହିଁକି ବିଦ୍ୟୁତ ସଂଯୋଗ କାଟିଲେ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ସମସ୍ତ କର୍ମଚାରୀ ଉପଭୋକ୍ତା ତୁଷାର ପଟ୍ଟନାୟକଙ୍କୁ ଘେରି ଯାଇ ଆକ୍ରମଣ କରିଥିଲେ। ତୁଷାରଙ୍କ ପୁଅ ସାଇ ଓମ୍‌ ପଟ୍ଟନାୟକ ଘଟଣାର ଭିଡିଓ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏପରି କି ତାଙ୍କ ଦାମୀ ମୋବାଇଲକୁ ମଧ୍ୟ ସେମାନେ ଭାଙ୍ଗି ଦେଇଥିଲେ। ଆକ୍ରମଣରେ ସାଇ ଓମ୍‌ଙ୍କ ନାକ ଫାଟି ଯାଇଛି। ସେହିପରି ତୁଷାର ମଧ୍ୟ ଆହତ ହୋଇଛନ୍ତ। ଏହି ଘଟଣାକୁ ବିରୋଧ କରି ଆଜି ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ପୁଲିସ୍ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଟିପିସିଓଡିଏଲ ସିଇଓଙ୍କୁ ଚିଠି ଲେଖି କର୍ମଚାରୀମାନଙ୍କୁ ମା‌ଡ଼ ହୋଇଥିବା କୁହାଯାଇଛି। ଏନେଇ ଯଥାଶୀଘ୍ର ‌କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଗଲେ ଏପ୍ରିଲ ୩ରୁ କର୍ମଚାରୀମାନେ ବିଲ୍‌ ଆଦାୟ ପାଇଁ ଯିବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe