ବାଲିପାଟଣା: ପୁଣ୍ୟତୋୟା ପ୍ରାଚୀନଦୀ ଓଡ଼ିଶାର ଜୀବନରେଖା ଥିଲା। ଆମ ପୂର୍ବ ପୁରୁଷମାନେ କାର୍ତ୍ତିକ ପୂର୍ଣ୍ଣମୀଠାରୁ ବୋଇତ ନେଇ ବିଦେଶକୁ ନୌବାଣିଜ୍ୟରେ ବାହାରନ୍ତି। ଜାଭା, ସୁମାତ୍ରା, ବାଲି ଆଦିକୁ ଯାଇ ସେଠାରେ ମାସମାସ ରହି ଧନରତ୍ନ ଆଣି ଫେରନ୍ତି। ଏହି ନୌବାଣିଜ୍ୟ ପରମ୍ପରା ପାଇଁ ବିଶ୍ବରେ ଓଡ଼ିଆ ଜାତିର ସ୍ୱତନ୍ତ୍ର ପରିଚୟ ରହିଛି। ପ୍ରାଚୀ ନଦୀକୂଳ ବନମାଳୀପୁର ମୁଣ୍ଡହଣାପାଟଣା ଗ୍ରାମର ମା’ ସିଦ୍ଧେଶ୍ବରୀଙ୍କ ନିକଟରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଏଭଳି କହିଛନ୍ତି। ବନମାଳୀପୁର, ନିଆଳି, ନୟାହାଟ, କାକଟପୁର ଚାରିମୂଳକ ତୈଳିକ ବୈଶ୍ୟ ସମାଜ ଆନୁକୂଲ୍ୟରେ ଆୟୋଜିତ ୪୨ତମ ବୋଇତ ବନ୍ଦାଣ ଉତ୍ସବରେ ସଭାପତି ଗୁରୁକିଙ୍କର ଜେଠୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ମୁଖ୍ୟବକ୍ତା ଅନନ୍ତ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ କାକଟପୁର ଶାଖା ସଭାପତି ଶଙ୍କର ପୃଷ୍ଟି, ପୂର୍ବତନ ଏସ୍ପି ରମେଶ ଚନ୍ଦ୍ର ସାହୁ, ସ୍ନେହୀ ସମାଜ ସଭାପତି ବିଶ୍ୱନାଥ ସୁବୁଦ୍ଧି, ଇଞ୍ଜିନିୟର ଦାମୋଦର ସାହୁ, ଅଡ଼ଶପୁର କଲେଜ ଅଧ୍ୟକ୍ଷ ବିରଞ୍ଚି ନାରାୟଣ ସାହୁ, ରାଜନ ସାହୁ, ସୁରେନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ, ରମେଶ ସାହୁ, ପ୍ରତାପ ସାହୁ, ହାଉନ ସାହୁ ପ୍ରମୁଖ ଯୋଗଦେଇ ଉତ୍ସବର ମାହାତ୍ମ୍ୟ ବିଷୟରେ କହିଥିଲେ।
ଏହି ଅବସରରେ ଅନୁଷ୍ଠାନର ବୟୋଜ୍ୟେଷ୍ଠ ପ୍ରତିଷ୍ଠାତା ସଭ୍ୟ ବଳରାମ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଚାରିମୂଳକର ସଭାପତି ରବୀନ୍ଦ୍ର ସେନାପତି ସ୍ବାଗତଭାଷଣ ଓ ସମ୍ପାଦକ ପ୍ରତାପ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଗଠିତ ସାଧବ ସହାୟତା ସମିତି ତରଫରୁ ଲୋକନାଥ ସେନାପତି ଓ ରିନା ସେନାପତିଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଧରଣୀ ସେନାପତିଙ୍କ ସଂଯୋଜନାରେ ଝିଅମାନେ ବୋଇତ ବନ୍ଦାଣ ସଙ୍ଗୀତ ଗାନ କରିଥିଲେ।
Follow Us