ଜବରଦଖଲ ଜମିରେ ବିଦେଶୀ କୁକୁର ବେପାର: ମାଟିରେ ମିଶିଲା ୫ ବଖରା ଘର, ୪୦ କୁକୁର, ୧୦ ଠେକୁଆ ଉଦ୍ଧାର

Advertisment
ଜବରଦଖଲ ଜମିରେ ବିଦେଶୀ କୁକୁର ବେପାର: ମାଟିରେ ମିଶିଲା ୫ ବଖରା ଘର, ୪୦ କୁକୁର, ୧୦ ଠେକୁଆ ଉଦ୍ଧାର

ଭୁବନେଶ୍ବର: ସରକାରୀ ଜମିରେ ତିଆରି ହୋଇଥିଲା ଘର। ଆଲ୍‌ସିସିଆନ୍‌, ଗୋଲ୍ଡେନ୍‌ ରେଟ୍ରିଭର, ଲାବ୍ରାଡର, ଜର୍ମାନ୍‌ ସେଫର୍ଡ ଓ ସ୍ପିଚ୍‌ ଭଳି ନାମିଦାମୀ ବ୍ରାଣ୍ଡ୍‌ର କୁକୁର ରଖି ସେଠାରେ ବେପାର ଚାଲିଥିଲା। ପ୍ରତ୍ୟେକ ଦିନ ବଡ଼ ବଡ଼ କାର୍‌ ଲାଗୁଥିଲା। ସରକାରୀ ଅଧିକାରୀ ବି ଗାଡ଼ି ଲଗାଇ ବାଛି ନେଉଥିଲେ ଏହି ଦାମୀ ବ୍ରାଣ୍ଡର ବିଦେଶୀ କୁକୁର। ଦିନ ରାତି କୁକୁର ଭୁକିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ବିଏମ୍‌ସିକୁ ଅନ୍‌ଲାଇନ୍‌ରେ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ଜବରଦଖଲ ଜମିରେ ହୋଇଥିବା ଘ‌ରେ କୁକୁର ବେପାର ଚାଲିଥିବା ଜଣାପଡ଼ିଥିଲା। ଲକ୍ଷ୍ମୀସାଗର ଗୋବିନ୍ଦ ପ୍ରସାଦ ମୌଜାରେ ଜଳସେଚନ ବିଭାଗ ଜମିରେ ଥିବା ଏହି ୫ ବଖରା ଘରେ ଆଜି ବୁଲ୍‌ଡୋଜର ବୁଲିଛି। ବିଡିଏ ଓ ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍‌ ଏହି ଘରକୁ ମାଟିରେ ମିଶାଇ ଦେଇଛି। ସେଠାରୁ ୪୦ କୁକୁର ‌ସହ ୧୦ ଠେକୁଆ ଓ ପକ୍ଷୀ ଉଦ୍ଧାର କରାଯାଇଛି।

ପ୍ରାପ୍ତ ସୂଚନା ମୁତାବକ, ରମେଶ ଚନ୍ଦ୍ର ଦାସ ଏଠାରେ ଘର ତିଆରି କରି ବେପାର ଚଳାଇଥିଲେ। ଅଭିଯୋଗ ଆସିବା ପରେ ଏହି ଘରକୁ ଉଛେଦ କରିବା ପାଇଁ ବିଏମସି ନୋଟିସ କରି ବସି ଯାଇଥିଲା। ନୋଟିସକୁ ଶ୍ରୀ ଦାସ ଖାତିର କରିନଥିଲେ। ଆଜି ବିଡିଏ ଓ ବିଏମସିର ମିଳିତ ସ୍କ୍ବାଡ୍‌ ଲକ୍ଷ୍ମୀସାଗର ପୁଲିସ ସହାୟତାରେ ଚଢ଼ଉ କରିଥିଲା। କୁକୁର ଧରାଳୀ ସହାୟତାରେ କୁକୁର ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ଉଦ୍ଧାର କରାଯାଇଥିଲା। ଘରକୁ ଖାଲି କରିବା ପରେ ଭାଙ୍ଗି ଦିଆଯାଇଥିଲା। ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର୍ ପ୍ରମୋଦ ପାତ୍ର, ବିଡିଏ ଲିଆସନ ଅଫିସର୍ ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏର ସହକାରୀ ନିର୍ଦ୍ଦେଶକ ଅମୀୟ ଦାଶ ଓ ଲକ୍ଷ୍ମୀସାଗର ଆଇଆଇସି ଓମ୍ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତେବେ କୁକୁର ଗୁଡ଼ିକୁ ବିଏମ୍‌ସି ଉଦ୍ଧାର କରିବା ପରେ ସମ୍ପୃକ୍ତ ଜବରଦଖଲକାରୀକୁ ଫେରାଇ ଦେଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe