ରାଜଧାନୀ ସାରା ଟ୍ରାଫିକ୍‌ ଭିଡ଼: ସନ୍ଧ୍ୟା ୫ରୁ ରାତି ୮ ଯାଏ ଅସମ୍ଭାଳ

Advertisment

ଆସନ୍ତାକାଲି ପ୍ରଥମାଷ୍ଟମୀ। ଆଜି ଥିଲା ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ଅନ୍ତିମ ସନ୍ଧ୍ୟା। ତେଣୁ ରାଜଧାନୀ ସାରା ସବୁଠି ଟ୍ରାଫିକ୍‌ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭିଡ଼ରେ ଫସିଗଲା ପୂରା ରାଜଧାନୀ।

ଆସନ୍ତାକାଲି ପ୍ରଥମାଷ୍ଟମୀ। ଆଜି ଥିଲା ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ଅନ୍ତିମ ସନ୍ଧ୍ୟା। ତେଣୁ ରାଜଧାନୀ ସାରା ସବୁଠି ଟ୍ରାଫିକ୍‌ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭିଡ଼ରେ ଫସିଗଲା ପୂରା ରାଜଧାନୀ।

fssfhfhssfh

ଭୁବନେଶ୍ବର: ଆସନ୍ତାକାଲି ପ୍ରଥମାଷ୍ଟମୀ। ଆଜି ଥିଲା ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ଅନ୍ତିମ ସନ୍ଧ୍ୟା। ତେଣୁ ରାଜଧାନୀ ସାରା ସବୁଠି ଟ୍ରାଫିକ୍‌ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭିଡ଼ରେ ଫସିଗଲା ପୂରା ରାଜଧାନୀ। ଖଣ୍ଡଗିରିରୁ ଆରମ୍ଭ କରି ପଟିଆ-ଚନ୍ଦ୍ରଶେଖରପୁର, ପାହାଳ-ହଂସପାଳରୁ ଆରମ୍ଭ କରି ରସୁଲଗଡ଼ ଓ କଟକ ରୋଡ୍‌ରୁ ଆରମ୍ଭ କରି ଟଙ୍କପାଣି ଓ ଉତ୍ତରା ସବୁଠି କେବଳ ଟ୍ରାଫିକ୍‌ ଜାମ୍‌ ଓ ଜାମ୍‌। ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ହେଉ କି ରାଜଧାନୀର ଜନପଥ ହେଉ, ସବୁଠି ଲୋକେ ଟ୍ରାଫିକ୍‌ ଭିଡ଼ରେ ବହେ ହନ୍ତସନ୍ତ ହୋଇଛନ୍ତି। 

ଆସନ୍ତକାଲି ପ୍ରଥମାଷ୍ଟମୀ ପାଇଁ ଲୋକେ କିଣାକିଣି କରିବାକୁ ବାହାରି ପଡ଼ିଥିଲେ। ପୋଷାକ କିଣିବା ପାଇଁ ପୋଷାକ ବଜାରରେ ଯେତିକି ଭିଡ଼, ହଳଦୀପତ୍ର, ନଡ଼ିଆ ଆଦି କିଣିବା ପାଇଁ ଫୁଟ୍‌ପାଥ୍‌ରେ ‌ସେତିକି ଜାମ୍‌। ଏହା ସାଙ୍ଗକୁ ମିଶିଗଲା ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟା। ତେଣୁ ରାଜଧାନୀର ସବୁଆଡ଼େ ଗହଳି ବଢ଼ିଗଲା। ସବୁ ରାସ୍ତାରେ ମାଳମାଳ ଗାଡ଼ି। ଗୋଟିଏ ଗୋଟିଏ ଜାଗାରେ ଏମିତି ସ୍ଥିତି ହେଲା ଯେ ଗାଡ଼ିଚାଳକମାନେ ଷ୍ଟାର୍ଟ ବନ୍ଦ କରି ଅପେକ୍ଷା କରିବାକୁ ବାଧ୍ୟ ହେଲେ। ମାତ୍ର ୧ କିମି ଯିବାକୁ ଲାଗିଥିଲା ନିହାତି ଘଣ୍ଟାଏ। କଟକ ରୋଡ୍‌, ଜନପଥ, ଏଜି ଛକ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଛକ, ଇନ୍ଦ୍ରଧନୁ ମାର୍କେଟ, ସିଆର୍‌ପି ନିକଟ ବିଗ୍‌ ବଜାର ଛକ, ଇସ୍କନ ମନ୍ଦିର ଛକ, କଳ୍ପନା ଛକ, ଶିଶୁଭବନ ଛକ ସବୁଠି ଭିଡ଼। ଜାତୀୟ ରାଜପଥରେ ବରମୁଣ୍ଡା, ରସୁଲଗଡ଼, ପଳାସୁଣୀ, ହଂସପାଳ ଓ ପାହାଳ ସବୁଠି ଗାଡ଼ି ଅଟକି ରହୁଥିଲା। ସହର ଭିତରେ ‌ଯେଉଁଆଡ଼କୁ ଚାହିଁଲେ, କେବଳ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି। ଲୋକମାନେ ବଡ଼ କଲବଲ ହୋଇଥିଲେ। ବଡ଼ କଥା ହେଉଛି, ସବୁଠି ଟ୍ରାଫିକ୍‌ ପୁଲିସ ଥିଲା। ମାତ୍ର ସେମାନେ ନିରୂପାୟ ହୋଇ ହାତ ଟେକି ଦେଉଥିଲେ। ଏତେ ସଂଖ୍ୟାରେ ଗାଡ଼ି ରାସ୍ତା ଉପରକୁ ଆସିଯିବାରୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଅବଶ୍ୟ ବିଭିନ୍ନ ସ୍ଥାନରେ ସାଧାରଣ ଲୋକେ ଟ୍ରାଫିକ୍‌ ପୁଲିସକୁ ସହାୟତା କରିବାକୁ ଆଗେଇ ଆସିବାରୁ ଭିଡ଼ରେ ଫସିଥିବା ଲୋକଙ୍କୁ କିଛିଟା ଆଶ୍ବସ୍ତି ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe