କ୍ୟାଡର ପରିବର୍ତ୍ତନ ପାଇଁ ଟ୍ରାଫିକ୍‌ ଡିସିପିଙ୍କ ଆବେଦନ : ପଞ୍ଜାବ ଫେରିବେ ଆଇପିଏସ୍‌ ସୌମ୍ୟା

Advertisment
ପଞ୍ଜାବ ଗଲେ ଟ୍ରାଫିକ୍‌ ଡିସିପି, ଅତିରିକ୍ତ ଡିସିପି ନେଲେ ଦାୟିତ୍ବ

ଭୁବନେଶ୍ୱର : ପଞ୍ଜାବ ଫେରିବେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ସୌମ୍ୟା ମିଶ୍ର। ଟ୍ରାଫିକ୍‌ ଡିସିପି ଭାବରେ କମିସନରେଟ୍‌ ପୁଲିସରେ କାମ କରୁଥିବା ଏହି ଆଇପିଏସ୍‌ ଅଫିସର ତାଙ୍କ କ୍ୟାଡର ପରିବର୍ତ୍ତନ ପାଇଁ ଚିଠି ଲେଖିଛନ୍ତି। ତାଙ୍କୁ ପଞ୍ଜାବ କ୍ୟାଡରକୁ ବଦଳି କରାଯିବା ପାଇଁ ସେ ପୁଲିସ କମିସନରଙ୍କୁ ଅବଗତ କରାଇବା ପରେ କମିସନରେଟ୍‌ ପୁଲିସ ଡିଜିଙ୍କୁ ଏ ବାବଦରେ ଚିଠି ଲେଖିଛି। ତା’ ଛଡ଼ା ଭାରତ ସରକାରଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି। ତାଙ୍କର ଏହି ଆବେଦନ ମଞ୍ଜୁରି ପାଇଲେ ସେ ପଞ୍ଜାବ ଫେରିଯିବେ ବୋଲି ଜଣାପଡ଼ିଛି।

୨୦୧୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍‌ ଅଫିସର ସୌମ୍ୟା ମିଶ୍ର ଉତ୍ତରପ୍ରଦେଶର ବାସିନ୍ଦା। ୨୦୧୫ ମସିହା ନଭେମ୍ବର ୨୨ ତାରିଖରେ ତାଙ୍କର ବିବାହ ହୋଇଥିଲା। ତାଙ୍କ ସ୍ବାମୀ ପଞ୍ଜାବ କ୍ୟାଡରର ଅଫିସର। ସେ ସେଠାରେ ଅବସ୍ଥାପିତ ଥିବାରୁ ସୌମ୍ୟା ମଧ୍ୟ ସେଠାରେ ଚାକିରି କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେଥିପାଇଁ ସେ କ୍ୟାଡର ପରିବର୍ତ୍ତନ କରିବାକୁ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଭୁବନେଶ୍ବରରେ ଟ୍ରାଫିକ୍‌ ସବୁବେଳେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହି ଆସିଛି। ଯେତେ ନିୟମ କାନୁନ ହେଉଛି ସବୁ ଫେଲ ମାରିବା ସହ ଅମାନିଆଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ବେଶି ଚାପ ପଡ଼ିଲେ ଅମାନିଆମାନେ ପୁଲିସକୁ ଆକ୍ରମଣ କରିବା ଉଦାହରଣ ମଧ୍ୟ ରହିଛି। ଏଭଳି ସ୍ଥିତିକୁ ନଜରରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌କୁ ଗୁରୁତ୍ବ ଦିଆଯାଇଥିଲା। ନିୟମିତ ଏଠାରେ ଆଇପିଏସ୍‌ ଅଫିସର ନିଯୁକ୍ତି ପାଉଥିଲେ। କମ୍‌ ଦିନରେ ଆଇପିଏସ ସାଗରିକା ନାଥ ଏଠାରୁ ଯାଇଥିବା ବେଳେ ଡିସିପି ସୌମ୍ୟା ମିଶ୍ର ମଧ୍ୟ ଏବେ କ୍ୟାଡର ‌ପରିବର୍ତ୍ତନ କରି ପଞ୍ଜାବ ଫେରିବାକୁ ଯୋଜନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe