ସୀତାରାମ ଛକରେ ଅଣାୟତ୍ତ ଟ୍ରାଫିକ୍

ଜଟଣୀ ସହରବାସୀଙ୍କ ପାଇଁ ଟ୍ରାଫିକ୍‌ ଜାମ୍‌ ଏବେ ଚିନ୍ତା ବଢ଼ାଉଛି। ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଦେଖାଯାଉଥିବାବେଳେ ସୀତାରାମ ଛକରେ ପ୍ରତିଦିନ ସ୍ଥିତି ଅଣାୟତ୍ତ ହୋଇପଡ଼ୁଛି। ବିଶେଷକରି ଉଠା ଦୋକାନଗୁଡ଼ିକ ପାଇଁ ଜଟଣୀ ପୌରାଞ୍ଚଳ ଦିନକୁ ଦିନ ସଙ୍କୁଚିତ....

dfgadzvvcvc

ଜଟଣୀ: ଜଟଣୀ ସହରବାସୀଙ୍କ ପାଇଁ ଟ୍ରାଫିକ୍‌ ଜାମ୍‌ ଏବେ ଚିନ୍ତା ବଢ଼ାଉଛି। ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଦେଖାଯାଉଥିବାବେଳେ ସୀତାରାମ ଛକରେ ପ୍ରତିଦିନ ସ୍ଥିତି ଅଣାୟତ୍ତ ହୋଇପଡ଼ୁଛି। ବିଶେଷକରି ଉଠା ଦୋକାନଗୁଡ଼ିକ ପାଇଁ ଜଟଣୀ ପୌରାଞ୍ଚଳ ଦିନକୁ ଦିନ ସଙ୍କୁଚିତ ହେବାକୁ ଲାଗିଥିବାରୁ ଏଭଳି ସ୍ଥିତି ଉପୁଜୁଛି। ତେବେ ବହୁ ପ୍ରତିକ୍ଷୀତ ଜଟଣୀ ଫ୍ଲାଏଓଭର୍‌ ନିର୍ମାଣ ପରେ ଟ୍ରାଫିକ୍ ସମସ୍ୟା ହେବ ନାହିଁ ବୋଲି ଯେଉଁ ଆଶା ଥିଲା ତାହା ବି ମଉଳିଯାଇଛି। ସନ୍ଧ୍ୟା ହେଲେ ସୀତାରାମ ଛକରେ ଟ୍ରାଫିକ୍ ସମସ୍ୟା ଅଣାୟତ୍ତ ହୋଇପଡ଼ୁଛି। ମୁଖ୍ୟତଃ ବ୍ରିଜ୍ ତଳେ ବାମ ପାର୍ଶ୍ୱରେ ଥିବା କିଛି ମିଠା ଦୋକାନ ସହ ବିପଦପୂର୍ଣ୍ଣ ଭାବେ ବସିଥିବା ଉଠା ଦୋକାନୀଙ୍କ ଯୋଗୁ ସ୍ଥିତି ଅଧିକ ଜଟିଳ ହେଉଛି। 

ବ୍ରିଜ୍ ତଳେ କୌଣସି ବ୍ୟବସାୟ ହେବ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯାଉଛି। ଅନ୍ୟପଟେ ବଜାରକୁ ଆସୁଥିବା ଲୋକେ ଉଭୟ ପାର୍ଶ୍ବରେ ବାଇକ୍‌ ପାର୍କିଂ କରି ଦେଉଥିବାରୁ ଭିଡ଼ ଆହୁରି ବଢ଼ିଯାଉଛି। ଆଗକୁ ଗଣେଶ ପୂଜା ଆସୁଛି। ତେଣୁ ପ୍ରଶାସନ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି ହୋଇଛି। କିଛି ମାସ ପୂର୍ବେ ସୀତାରାମ ଛକ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଦୋକାନ, ଘର ଆଦି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ପରେ ବ୍ରିଜ୍ ତଳର ଉଭୟ ପାର୍ଶ୍ବରେ ଲୁହା ବ୍ୟାରିକେଡ୍‌ କରାଗଲା। ହେଲେ ଉଚ୍ଛେଦର ମାତ୍ର ଦଶ ପନ୍ଦର ଦିନ ଭିତରେ ପୁଣି ଉଠା ଦୋକାନୀମାନେ ବ୍ରିଜ୍ ତଳ କବ୍‌ଜା କରି ଦୋକାନ ପକାଇବା ଆରମ୍ଭ କରିଦେଲେ। ପୌରାଧକ୍ଷ ଅନନ୍ତ ବେହେରା କହିଛନ୍ତି ଯେ, ପୂର୍ବରୁ ସେମାନଙ୍କୁ ଉଚ୍ଛେଦ କରାଯାଇଥିଲା। ହେଲେ ପୁଣି ବସିଲେଣି। ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍‌କୁ ମଧ୍ୟ ଏହି ରାସ୍ତା ଦେଇ ମୋ ବସ୍‌ ଚଳାଚଳ କରୁଥିବାରୁ ଏଠାରେ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଅନ୍ୟପଟେ ସୀତାରାମ ଓଭର୍‌ବ୍ରିଜ୍ ତଳର ଦୁଇ ପାର୍ଶ୍ୱ ରାସ୍ତା ସଂପୂର୍ଣ୍ଣ ଖରାପ ହୋଇଗଲାଣି। ଆଗକୁ ୧୧ଦିନ ଧରି ଆୟୋଜିତ ହେବ ଗଣେଶ ପୂଜା। ଏହି ପୂଜାରେ ହଜାର ହଜାର ଲୋକଙ୍କ ସମାଗମ ହେବ। ତେଣୁ ପୂଜା ପୂର୍ବରୁ ମୁଖ୍ୟତଃ ଟ୍ରାଫିକ୍ ନିୟନ୍ତ୍ରଣ, ରାସ୍ତାଘାଟ ସମସ୍ୟା ଉପରେ ପ୍ରଶାସନ ଅଧିକ ନଜର ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe