ଦଶହରାରେ ଦେବୀଙ୍କ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି, ମୁଖ୍ୟ ରାସ୍ତାରେ ପ୍ରବଳ ଭିଡ଼, ମା’ଙ୍କ ବିଦାୟ ପାଇଁ ପ୍ରସ୍ତୁତି ଜାରି

Advertisment
ଦଶହରାରେ ଦେବୀଙ୍କ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି, ମୁଖ୍ୟ ରାସ୍ତାରେ ପ୍ରବଳ ଭିଡ଼, ମା’ଙ୍କ ବିଦାୟ ପାଇଁ ପ୍ରସ୍ତୁତି ଜାରି

ଭୁବନେଶ୍ୱର: ବିଜୟାଦଶମୀ ଅବସରରେ ମଙ୍ଗଳବାର ଦେବୀ ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗିଛି। ଆଜି ସକାଳ ୮ଟାରୁ ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼, ସହିଦନଗର, ନୟାପଲ୍ଲୀ, ବରମୁଣ୍ଡା, ଝାରପଡ଼ା ଓ ବମିଖାଲରେ ସବୁଠାରୁ ଅଧିକ ଗହଳି ଲାଗିଛି। ମଧ୍ୟାହ୍ଣରେ ଭୁବନେଶ୍ୱରର କିଛି ସ୍ଥାନରେ ଅଦିନିଆ ବର୍ଷା ଯୋଗୁଁ ଦର୍ଶକମାନଙ୍କୁ ହଇରାଣ ହେବାକୁ ପଡ଼ିଥିଲା।

ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ରହୁଥିବା ବେଳେ ମୁଖ୍ୟ ରାସ୍ତାଗୁଡ଼ିକ ଅବସ୍ଥା ମଧ୍ୟ ସମାନ। କଳ୍ପନା ଛକ ଠାରୁ ହଂସପାଳ ପର୍ଯ୍ୟନ୍ତ, ବାଣୀବିହାର ଛକ ଠାରୁ ରୂପାଲି ଛକ ଯାଏଁ ପ୍ରବଳ ଭିଡ ରହୁଛି। ସେହିଭଳି ସିଆରପି ଛକ ଠାରୁ ଜୟଦେବ ବିହାର ଓ ବରମୁଣ୍ଡା କାଳୀମନ୍ଦିର ଠାରୁ ବରମୁଣ୍ଡା ବସଷ୍ଟାଣ୍ଡ ଯାଏଁ ରାସ୍ତ ଅତିକ୍ରମ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି।

publive-image

ଦଶହରା ଉପଲକ୍ଷେ ଆଜି ସନ୍ଧ୍ୟାରେ ବରମୁଣ୍ଡା, ଝାରପଡ଼ା, ନୟାପଲ୍ଲୀ ସମେତ କିଛି ସ୍ଥାନରେ ରାବଣ ପୋଡ଼ି ଆୟୋଜନ କରାଯାଉଛି। ରାବଣ ପୋଡ଼ି ପାଇଁ ପୂର୍ବରୁ କମିସନରେଟ ପୁଲିସ ଗାଇଡଲାଇନ ଜାରି କରାଯାଇଛି। ଯେଉଁ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହେଉଛି, ସେଠାରେ ଠେଲା ବ୍ୟବସାୟୀଙ୍କୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜାତୀୟ ରାଜପଥରେ ବଡ଼ ବଡ଼ ଗାଡ଼ିଗୁଡ଼ିକର ଚଳାଚଳ ପାଇଁ କଟକଣା ଜାରି କରାଯାଇଛି। ଦଶହରା ପରେ ବୁଧବାର ଭସାଣୀ ସମାରୋହ ହେବ। ଫଳରେ ରାଜଧାନୀର କିଛି ରାସ୍ତା ଭିଡ଼ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe