ବିନା ଅନୁମତିରେ ଷ୍ଟ୍ରିଟ୍‌ ମଜା, ଘଣ୍ଟାଏ ଟ୍ରାଫିକ୍‌ ଜାମ

Advertisment
ବିନା ଅନୁମତିରେ ଷ୍ଟ୍ରିଟ୍‌ ମଜା, ଘଣ୍ଟାଏ ଟ୍ରାଫିକ୍‌ ଜାମ

www.nmfnewsonline.com

ଚନ୍ଦ୍ରଶେଖରପୁର : ପଥ ଉତ୍ସବକୁ ଅନୁକରଣ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତ ରବିବାରଠାରୁ ଆରମ୍ଭ ହୋଇଥିବା ‘ଷ୍ଟ୍ରିଟ୍‌ ମଜା’ ପାଇଁ ଆଜି ଭୀଷଣ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା। ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ନୀଳାଦ୍ରିବିହାର ପେଟ୍ରୋଲ ପମ୍ପ ନିକଟରେ ସକାଳ ପ୍ରାୟ ୭ଟାରୁ ୮ଟା ପର୍ଯ୍ୟନ୍ତ ଦୀର୍ଘ ୧ ଘଣ୍ଟା ଧରି ଯାତାୟାତ ଠପ୍‌ ହୋଇଯାଇଥିଲା। ୨୦୦ରୁ ଊର୍ଧ୍ବ ଲୋକ ଓ ସ୍ଥାନୀୟ ଏକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ରାସ୍ତା ଉପରେ ଯୋଗ, ନାଚ, ଗୀତ କରିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ଟ୍ରାଫିକ୍‌ ନିୟନ୍ତ୍ରଣ କରିବାରୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ପୁଲିସକୁ ମଧ୍ୟ ଏଥିପାଇଁ ନାକେଦମ୍‌ ହେବାକୁ ପଡ଼ିଥିଲା। ତେବେ ବିନା ଅନୁମତିରେ ରାସ୍ତା ଉପରେ ଏପରି ଉତ୍ସବର ଆୟୋଜନ କରାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଆୟୋଜକ କମିଟି ପକ୍ଷରୁ ମଧୁମାଧବ ଜେନା, ବିଜୟ ପାତ୍ର, ସମରେନ୍ଦ୍ର ସାହୁ, ଦିଲ୍ଲୀପ ସାହୁ, ମିହିର ରାଉତ ପ୍ରମୁଖ କହିଛନ୍ତି, ଅନୁମତି ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଏନେଇ କମିଟି ପ୍ରଶାସନକୁ ଆବେଦନପତ୍ର ପଠାଇବ। ଅନୁମତି ମିଳିବା ପୂର୍ବରୁ ପ୍ରତି ରବିବାର ପେଟ୍ରୋଲ୍‌ ପମ୍ପ ଛକ ନିକଟ ଗୋଟିଏ ପାଖରେ ଶାନ୍ତିଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe