ବାହାଘର ଶୋଭାଯାତ୍ରା ପାଇଁ ପୁରୀ ବାଇପାସରେ ଜାମ୍

Advertisment

ବାହାଘର ଶୋଭାଯାତ୍ରା ପାଇଁ ଆଜି ସନ୍ଧ୍ୟାରେ କଟକ ପୁରୀ ବାଇପାସ୍‌ ରାସ୍ତାରେ ଅଭାବନୀୟ ଦୃଶ୍ୟ ଦେଖିବକୁ ମିଳିଥିଲା। ରାସ୍ତା ଉପରେ ଡିଜେ ତାଳେ ତାଳେ ନାଚ ଚାଲିଥିଲା। ବରଯାତ୍ରୀ ଦଳ ଗୋଟିଏ ହେଲେ ଗାଡ଼ିକୁ ଛାଡ଼ୁନଥିଲେ।

ବାହାଘର ଶୋଭାଯାତ୍ରା ପାଇଁ ଆଜି ସନ୍ଧ୍ୟାରେ କଟକ ପୁରୀ ବାଇପାସ୍‌ ରାସ୍ତାରେ ଅଭାବନୀୟ ଦୃଶ୍ୟ ଦେଖିବକୁ ମିଳିଥିଲା। ରାସ୍ତା ଉପରେ ଡିଜେ ତାଳେ ତାଳେ ନାଚ ଚାଲିଥିଲା। ବରଯାତ୍ରୀ ଦଳ ଗୋଟିଏ ହେଲେ ଗାଡ଼ିକୁ ଛାଡ଼ୁନଥିଲେ।

ddggv

ଭୁବନେଶ୍ବର: ବାହାଘର ଶୋଭାଯାତ୍ରା ପାଇଁ ଆଜି ସନ୍ଧ୍ୟାରେ କଟକ ପୁରୀ ବାଇପାସ୍‌ ରାସ୍ତାରେ ଅଭାବନୀୟ ଦୃଶ୍ୟ ଦେଖିବକୁ ମିଳିଥିଲା। ରାସ୍ତା ଉପରେ ଡିଜେ ତାଳେ ତାଳେ ନାଚ ଚାଲିଥିଲା। ବରଯାତ୍ରୀ ଦଳ ଗୋଟିଏ ହେଲେ ଗାଡ଼ିକୁ ଛାଡ଼ୁନଥିଲେ। ପଛକୁପଛ ଲମ୍ବା ଧାଡ଼ି ହୋଇ ସବୁ ଗାଡ଼ି ଛିଡ଼ା ହୋଇଥିଲା। ରବିବାର ପାଇଁ ପୁରୀ ଯାଇଥିବା ପର୍ଯ୍ୟଟକ ଫେରୁଥିଲେ। ଠିକ୍‌ ସେହି ରାସ୍ତାରେ ହିଁ ସାଇମନ୍ଦିର ଛକରୁ ପଳାସୁଣି ଆଡ଼କୁ ବରଯାତ୍ରୀ ଦଳ ଯାଉଥିଲା। ଆଗକୁ ଯିବା ପାଇଁ ଆଉ କୌଣସି ବିକଳ୍ପ ନଥିଲା। ପଛକୁ ଫେରିବାର ବି ବାଟ ନଥିଲା। ଗୋଟିଏ ହେଲେ ଗାଡ଼ି ଆଗକୁ ଇଞ୍ଚେ ବି ଗଡ଼ି ପାରି ନଥିଲା। ସନ୍ଧ୍ୟାରୁ ରାତି ୯ଟା ପର୍ଯ୍ୟନ୍ତ ଏଭଳି ଏକ ଅଣନିଶ୍ବାସୀ ପରିସ୍ଥିତି ହୋଇଥିଲା। 

ଖବର ପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ୧ ପ୍ଲାଟୁନ ପୁଲିସ ମଗାଇଥିଲା। ସାଇମନ୍ଦିର ଛକରେ ରହି ପୁଲିସ ଭିଡ଼ ନିୟନ୍ତ୍ରଣ କରିଥିଲେ। ବରଯାତ୍ରୀଦଳଙ୍କୁ ରାସ୍ତାର ଗୋଟିଏ ପାଖରେ ରଖି ପଛଗାଡ଼ିକୁ ଯିବାକୁ ଦେଇଥିଲେ। ଗାଡ଼ି ଖାଲି ହେବାକୁ ରାତି ୯ଟା ହୋଇଯାଇଥିଲା। ବାଇପାସ ରାସ୍ତା କଡ଼ରେ ଥିବା ଅଧିକାଂଶ ମଣ୍ଡପରେ ଆଜି ବାହାଘର ଚାଲିଥି‌ଲା। ଏକାଧିକ ବାହାଘର ଶୋଭାଯାତ୍ରା ଗୋଟିଏ ଦିଗରେ ଯାଉଥିବାରୁ ଏହି ରାସ୍ତା ଜାମ ହୋଇଯାଇଥିବା ପୁଲିସ କହିଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe