ଟ୍ରାଫିକ ପୋଷ୍ଟ ଉପରେ ମାଡ଼ିଗଲା କ୍ରେନ୍‌, ଅଳ୍ପକେ ବର୍ତ୍ତିଲେ ଦୁଇ କନଷ୍ଟେବଳ

Advertisment
ଟ୍ରାଫିକ ପୋଷ୍ଟ ଉପରେ ମାଡ଼ିଗଲା କ୍ରେନ୍‌, ଅଳ୍ପକେ ବର୍ତ୍ତିଲେ ଦୁଇ କନଷ୍ଟେବଳ

Photo: Bibhuti Sahoo

ଭୁବନେଶ୍ୱର: ରାଜଧାନୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଛକ ଶିଶୁଭବନ ଟ୍ରାଫିକ ପୋଷ୍ଟ ଉପରେ ଆଜି ସକାଳେ ଏକ କ୍ରେନ୍‌ ମାଡ଼ିଯାଇଛି। ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି କାର୍ଯ୍ୟରତ ଦୁଇ କନଷ୍ଟେବଳ । ସେମାନେ ହେଲେ ବିଜୟ ସାହୁ ଓ ପ୍ରକାଶ ମାର୍ଥା।  ଧକ୍କା ଦେଇଥିବା କ୍ରେନକୁ ପୁଲିସ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟାରେ କ୍ରେନଟି ଏୟାରପୋର୍ଟ ଛକରୁ ରାଜମହଲ ଛକ ଅଭିମୁଖେ ଆସୁଥିଲା।  ଭାରସାମ୍ୟ ହରାଇ ଟ୍ରାଫିକ ପୋଷ୍ଟ ଆଡକୁ ମାଡ଼ି ଆସିଥିଲା। ଏହାକୁ ଦେଖି ଦୁଇ କନଷ୍ଟେବଳ ଦୌଡିବାକୁ ଲାଗିଥିଲେ  । କ୍ରେନଟି ଆସି ପୋଷ୍ଟକୁ ଧକ୍କା ଦେଇଥିଲା ପୋଷ୍ଟଟି ସମ୍ପୂର୍ଣ୍ଣ ଚୁରମାର୍‌ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe