New Indian Express
ଭୁବନେଶ୍ବର : ଭୁବନେଶ୍ବର-କଟକରେ ଟ୍ରାଫିକ୍ ପରିଚାଳନା ନେଇ ଆସନ୍ତା ମାସ ୧୧ତାରିଖରେ ଟ୍ରାଫିକ୍ ଡିସିପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ସମନ୍ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିସନ।
ରାଜଧାନୀର ଟ୍ରାଫିକ୍ ଜାମ୍ରେ ଫସି ଜଣେ ଯୁବତୀ ପ୍ରାଣ ହରାଇବା ଘଟଣାରେ ଶିବଶଙ୍କର ମହାନ୍ତି କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାରେ ଚଳିତମାସ ୭ ତାରିଖରେ ଟ୍ରାଫିକ୍ ଡିସିପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି କମିସନ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶନାମା ୧୪ତାରିଖରେ ଇ-ମେଲ ଜରିଆରେ ଟ୍ରାଫିକ ଡିସିପିଙ୍କୁ ପଠାଯାଇଥିଲା। ମାତ୍ର ଡିସିପି ଆସି ନ ଥିଲେ କି କୌଣସି ଉତ୍ତର ଦେଇ ନ ଥିଲେ। ତେଣୁ ଘଟଣାର ପରବର୍ତୀ ଶୁଣାଣି ନେଇ କମିସନ ଟ୍ରାଫିକ୍ ଡିସିପିଙ୍କୁ ବ୍ୟକ୍ତିଗତ ହାଜର ହେବା ଲାଗି ସମନ୍ ଜରି କରିଛନ୍ତି। ଏ ସଂପର୍କିତ ଆଦେଶ ପୁଲିସ ଡିଜିଙ୍କୁ ମଧ୍ୟ ପଠାଯାଇଥିବା କମିସନଙ୍କ ପକ୍ଷରୁ କୁହାଯାଇଛି।
Follow Us