ଆଦିବାସୀ ମେଳା ପାଇଁ ଟ୍ରାଫିକ୍‌ କଟକଣା

Advertisment
ଆଦିବାସୀ ମେଳା ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରୁ ଫେବ୍ରୁଆରି ୯ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ‘ଆଦିବାସୀ ମେଳା-୨୦୧୮’ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ମେଳା ପାଇଁ ସେହି ରାସ୍ତାରେ ଜନସମାଗମ ହେବା ସହ ସଂଲଗ୍ନ ରାସ୍ତାଗୁଡ଼ିକରେ ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରିବା ସମ୍ଭାବନା ଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ସୂଚନା ଦେଇଛନ୍ତି।

publive-imageତେଣୁ ଆସନ୍ତା ୨୬ ତାରିଖଠାରୁ ୯ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଜନପଥରୁ ରାମମନ୍ଦିର ଛକ ଦେଇ ହାଉସିଂବୋର୍ଡ ଛକକୁ ଯିବାକୁ ଚାହୁଁଥିବା ଯାନବାହନଗୁଡ଼ିକ ରାମମନ୍ଦିର ଛକରୁ କେନ୍ଦ୍ରୀୟ ବିଦ୍ୟାଳୟ-୧ ପର୍ଯ୍ୟନ୍ତ ଯାଇ ସେଠାରୁ ବାମ ପଟେ ୟୁନିଟ-୯ ରାସ୍ତା ନଂ-୧ ଦେଇ ସଚିବାଳୟ ମାର୍ଗକୁ ଯାଇପାରିବେ। ସେହିପରି କୌଣସି ଯାନବାହନ ସିଧା ହାଉସିଂବୋର୍ଡ ଛକଆଡ଼କୁ ଯାଇପାରିବେ ନାହିଁ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ଆଇନ ଅନୁଯାୟୀ ସେମାନଙ୍କଠାରୁ ୫୦୦ରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe