ଏୟାର ସୋ’ ପାଇଁ ଟ୍ରାଫିକ୍ କଟକଣା

Advertisment
ଏୟାର ସୋ’ ପାଇଁ ଟ୍ରାଫିକ୍ କଟକଣା

Pragativadi

ଚନ୍ଦ୍ରଶେଖରପୁର: ୧୬ ତାରିଖରେ କୁଆଖାଇ ପଠାରେ ବା‌ୟୁସେନା ପକ୍ଷରୁ ହେବାକୁ ଥିବା ଏୟାର ସୋ’ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ କଟକଣା କରାଯାଇଛି। ଦୟାୱେଷ୍ଟ୍‌ କେନାଲ ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକୁ ପଟିଆ କେଳାସାହି ନିକଟ ଛକରେ ଅଟକ ରଖାଯିବ। ‌ରୋକୋଟ ଛକରେ ବି ‌ଏକ ଅସ୍ଥାୟୀ ଚେକ୍‌ପୋଷ୍ଟ କରାଯାଇଛି। କେବଳ ବାଇକ୍ ଓ ଅନୁମତି ଥିବା ଜରୁରୀକାଳୀନ ଚାରିଚକିଆଗାଡ଼ିଗୁଡ଼ିକୁ ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ ଦିଗକୁ ଯିବାକୁ ଦିଆଯିବ। ହଂସପାଳ ଛକ ଓ ମଞ୍ଚେଶ୍ବର କେନାଲ ବନ୍ଧ ରାସ୍ତାରେ ମଧ୍ୟ ବଡ଼ ଗାଡ଼ିଗୁଡ଼ିକୁ ଯାତାୟାତ କରିବାକୁ ଦିଆଯିବ ନାହିଁ। ସକାଳ ୯ଟା ପୂର୍ବରୁ ଉକ୍ତ ରାସ୍ତାକୁ ଏକପ୍ରକାର ସିଲ୍‌ କରାଯିବ। ତେବେ ଅନୁମତି ଥିବା ଗାଡ଼ି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ବାଟେ ଯିବାକୁ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ। ଝିଙ୍କଢ଼ିଅ ଦିଗରୁ କୌଣସି ଗାଡ଼ି ଆସିଲେ, ବରିମୁଣ୍ଡ ଛକରେ ଅଟକାଯିବ।

ଯେଉଁ ଗାଡ଼ିଗୁଡ଼ିକ ଏୟାର ସୋ’ ଦେଖିବା ପାଇଁ ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ ନିକଟକୁ ଯିବେ, ସେଗୁଡ଼ିକୁ ପାର୍କିଂ କରିବା ପାଇଁ ସ୍ବତନ୍ତ୍ର ୪ଟି ସ୍ଥାନ ନିର୍ଣ୍ଣୟ କରାଯାଇଛି। ପଟିଆ ଦିଗରୁ ଆସୁଥିବା ଗାଡ଼ି କଳାଝରୀ ଛକରେ, ମଞ୍ଚେଶ୍ବର ଦିଗରୁ ଆସୁଥିବା ଗାଡ଼ି କୁଆଖାଇ ଇଟାଭାଟି ପଠାରେ, ବରିମୁଣ୍ଡ ଦିଗରୁ ଆସୁଥିବା ଗାଡ଼ି ଗଣ୍ଡରପୁର ଛକରେ ପାର୍କିଂ କରିବେ। ସାଧାରଣ ଦର୍ଶକମାନେ ମଧ୍ୟ ଏହି ସୋ’ ଦେଖିବା ପାଇଁ ଆସିପାରିବେ। ମାତ୍ର ପାର୍କିଂ ସ୍ଥଳ ପୂରଣ ହୋଇଯିବା ସୂଚନା ମିଳିଲେ, ‌ପୁଲିସ୍ ସମସ୍ତ ଦିଗରୁ ହୋଇଥିବା ଚେକ୍‌ପୋଷ୍ଟକୁ ସିଲ୍‌ କରିବ ବୋଲି ଟ୍ରାଫିକ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe