ଭୁବନେଶ୍ବର : ବାଇକ୍ରେ ଡବଲ୍ ହେଲମେଟ୍ ନିୟମକୁ ଆଜିଠାରୁ କଡ଼ାକଡ଼ି କରାଯାଇଛି। ଉଭୟ ବାଇକ୍ ଚାଳକ ଓ ପଛରେ ବସିଥିବା ସହଯାତ୍ରୀ ହେଲମେଟ୍ ପିନ୍ଧି ନଥିଲେ ଆଜିଠାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। କିନ୍ତୁ ଆଜି ନୂଆବର୍ଷର ପ୍ରଥମ ଦିନ ଥିବାରୁ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବାରେ କୋହଳ ମନୋଭାବ ପୋଷଣ କରିଥିବା ଦେଖାଯାଇଥିଲା। ବିଭିନ୍ନ ଛକରେ ଟ୍ରାଫିକ୍ ପୁଲିସ୍ ଲୋକମାନଙ୍କୁ ଏନେଇ ସଚେତନ କରିଥିଲା। ଡବଲ୍ ହେଲମେଟ୍ ପିନ୍ଧିବାକୁ ଗାଡ଼ି ଚାଳକ ଓ ସହଯାତ୍ରୀଙ୍କୁ ସଚେତନ କରିଥିଲା ପୁଲିସ୍। କେତେକ ଗାଡ଼ି ଚାଳକ ଓ ସହଯାତ୍ରୀ ଡବଲ୍ ହେଲମେଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ଟ୍ରାଫିକ୍ କର୍ମଚାରୀମାନେ ଧନ୍ୟବାଦ ଜଣାଇଥିଲେ। କିନ୍ତୁ ଅନ୍ୟ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଅମାନିଆଙ୍କୁ ଛଡ଼ା ଯାଇନଥିଲା। କିଛି ବାଇକ୍ ଚାଳକ ନିଜେ ମଧ୍ୟ ହେଲମେଟ୍ ପିନ୍ଧି ନଥିଲେ। ଆଉ କିଛି ରଙ୍ଗ ରୁଟ୍ରେ ଗାଡ଼ି ଚଳାଇ ଧରା ପଡ଼ିଥିଲେ। ଏମିତି ପ୍ରାୟ ୫୦ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କମିସନରେଟ୍ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆବର୍ଷ ପ୍ରଥମ ଦିନ କୋହଳ, ଆଗକୁ କଡ଼ାକଡ଼ି
Advertisment
Follow Us