ଟ୍ରେନ୍‌ ଧକ୍କାରେ ଜରି ଗୋଟାଳି ମୃତ

Advertisment
ଟ୍ରେନ୍‌ ଧକ୍କାରେ ଜରି ଗୋଟାଳି ମୃତ

ଚନ୍ଦ୍ରଶେଖରପୁର: ପଟିଆ ପିଏଚ୍‌ ନିକଟ କଳାରାହାଙ୍ଗ ଟ୍ରେନ୍‌ ଫାଟକ ନିକଟରେ ଆଜି ଜଣେ ଯୁବକଙ୍କ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣଙ୍କ ଜଣେ ଜରି ଗୋଟାଳି। ସେ ନିକଟସ୍ଥ ଶିଖରଚଣ୍ଡୀ ବସ୍ତିରେ ନିଜ ପରିବାର ସହିତ ରହୁଥିଲେ। ଆଜି ସେ ରେଳଧାରଣା ଉପରେ ଚାଲିଚାଲି ଜରି ଗୋଟାଉଥିବା ବେଳେ ଅନ୍ୟମନସ୍କ ହୋଇଯାଇଥିଲା। ଠିକ୍‌ ସେତିକି ବେଳେ ସେହି ଲାଇନ୍‌ରେ ଆସୁଥିବା ଟ୍ରେନ୍‌ଟି ତାଙ୍କୁ ଧକ୍କାଦେଇଥିଲା। ଫଳରେ ସେ ପ୍ରାୟ ୭/୮ଫୁଟ୍‌ ଉପରକୁ ଉଠି ଅନ୍ୟ ଏକ ରେଳଧାରଣା ଉପରେ କଚାଡ଼ି ହୋଇ ପଡ଼ିଥିଲେ। ଯୁବକଙ୍କ ପରିଚୟ ମିଳପାରି ନାହିଁ। ମଞ୍ଚେଶ୍ୱର ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହର ପଞ୍ଚନାମା କରିଥିଲା। ପ୍ରଦୀପ ସେବା ଟ୍ରଷ୍ଟର ସଭ୍ୟ ଶବଟିକୁ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ଏନେଇ ଜିଆର୍‌ପି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe