ଟ୍ରେନ୍‌ରୁ ପଡ଼ି ଇସ୍କନ ଭକ୍ତଙ୍କ ମୃତ୍ୟୁ

Advertisment
ଶବ ସଂସ୍କାର କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ୨ ମୃତ ୧୫ ଆହତ

photo--news first

ଭୁବନେଶ୍ବର: ବାଣୀବିହାର ଷ୍ଟେସନ୍‌ ନିକଟରେ ଚଳନ୍ତା ଟ୍ରେନ୍‌ରୁ ପଡ଼ି ଜଣେ ଇସ୍କନ ଭକ୍ତଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲ୍ଲା ପୁ‌ରୁଷୋତ୍ତମପୁର ଅଞ୍ଚଳର କାହ୍ନୁ ଚରଣ ପାଢ଼ୀ(୪୨)। ଏନେଇ ରେଳବାଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ସୂଚନା ମୁତାବକ, କିଛି ବର୍ଷ ହେବ କାହ୍ନୁ କୋଲକାତାର ନଦିୟା ଇସ୍କନ୍‌ ଆଶ୍ରମରେ ରହୁଥିଲେ। ବମିଖାଲ ଅଞ୍ଚଳରେ ଥିବା ଜଣେ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଆଜି କଲିକାତାରୁ ଆସିଥିଲେ। ଅପରାହ୍‌ଣ ସାଢ଼େ ୨ଟାରେ ଟ୍ରେନ୍‌ଟି ବାଣୀବିହାର ଷ୍ଟେସନ୍‌ ଅତିକ୍ରମ କରୁଥିବା ସମୟରେ ନ ଅଟକିବାରୁ କାହ୍ନୁ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଫଳରେ ଭାରସାମ୍ୟ ହରାଇ ସେ ଟ୍ରେନ୍‌ ତଳକୁ ଚାଲିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ରେଳବାଇ ଥାନା ପୁଲିସ କାହ୍ନୁଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe