ଏପ୍ରିଲ ୧୫ ଆଗକୁ ଟ୍ରେନ୍ ଟିକେଟ୍ ବୁକିଂ କରିହେବ

Advertisment
ଏପ୍ରିଲ ୧୫ ଆଗକୁ ଟ୍ରେନ୍ ଟିକେଟ୍ ବୁକିଂ କରିହେବ

ଭୁବନେଶ୍ବର: ଏପ୍ରିଲ ୧୫ ଏବଂ ଏହାପରେ ଯେଉଁମାନେ ଟ୍ରେନ୍ରେ ଯାତ୍ରା କରିବାକୁ ଚାହୁଁଥିବେ ସେମାନେ ଟ୍ରେନ୍ ଟିକେଟ୍‌ ବୁକିଂ କରିପାରିବେ। ହେଲେ ଏପ୍ରିଲ ୧୫ରୁ ଟ୍ରେନ୍ ଚଳାଚଳ କରିବ କି ନାହିଁ ତାହା କିନ୍ତୁ ସ୍ପଷ୍ଟ ହୋଇନି। ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ସାରା ଦେଶରେ ଲକ୍‌ଡାଉନ୍ ପାଇଁ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ ହୋଇଛି। ଏହି ସମୟ ପାଇଁ ଟ୍ରେନ୍‌ ଟିକେଟ୍ କଟାଯାଉନି। ହେଲେ ୧୨୦ଦିନ ପୂର୍ବରୁ ଯାତ୍ରୀମାନେ ସଂରକ୍ଷିତ ଟିକେଟ୍‌ କାଟିପାରିବାର ସୁବିଧା ଥିବାରୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ବି ଏପ୍ରିଲ ୧୫ପରର ବୁକିଂ ବି ରଖାଯାଉଛି। କେବଳ ଏପ୍ରିଲ ୧୪ ପର୍ଯ୍ୟନ୍ତ ବୁକିଂ ବ‌ାତିଲ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe