ପଶ୍ଚିମବଙ୍ଗରେ ହିଂସା: ଦୁର୍ଦ୍ଦଶା ବଢ଼ାଇଲା ଟ୍ରେନ୍ ବାତିଲ୍‌

Advertisment
ପଶ୍ଚିମବଙ୍ଗରେ ହିଂସା:  ଦୁର୍ଦ୍ଦଶା ବଢ଼ାଇଲା ଟ୍ରେନ୍ ବାତିଲ୍‌

ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ଜାରି ରହିଥିବା ଲଙ୍କାକାଣ୍ଡ ଯୋଗୁଁ ଆଜି ଓଡ଼ିଶାରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଭୁବନେଶ୍ବର ଷ୍ଟେସନ୍‌ ଦେଇ ଯାଉଥିବା ପ୍ରାୟ ୨୫ରୁ ଅଧିକ ଟ୍ରେନ୍ ବାତିଲ୍‌ ହୋଇଥିବାରୁ ଲୋକମାନେ ପ୍ଲାଟଫର୍ମ ସମେତ ମାଷ୍ଟରକ୍ୟାଣ୍ଟିନ ଛକରେ ରାସ୍ତା କଡ଼ରେ ଶୋଇଥିବା ଦେଖିବାକୁ ମିଳିଥିଲା।

ଯାତ୍ରୀମାନେ ଟ୍ରେନ୍ ପାଇଁ ଦୀର୍ଘ ସମୟ ଅପେକ୍ଷା କରି ରହିଥିଲେ ହେଁ ସଂଧ୍ୟା ପରଠାରୁ ଗୋଟିଏ ପରେ ଗୋଟିଏ ଟ୍ରେନ୍ ବାତିଲ୍‌ ହୋଇ ଚାଲିଥିବାରୁ ଯାତ୍ରୀଙ୍କ ଦୁର୍ଦ୍ଦଶା ବଢ଼ିଥିଲା। ସ୍ଥିତି ଏପରି ଉପୁଜିଥିଲା ଯେ ଯାତ୍ରୀମାନେ ଯେଉଁ ଦିଗରେ ଯିବାକୁ ଟିକେଟ୍‌ କାଟିଥିଲେ, ସେହି ଦିଗରେ ଯଦି କିଛି ଟ୍ରେନ୍ ଆସୁଥିଲା। ତେବେ ଟ୍ରେନ୍ କୁଆଡ଼େ ଯାଉଛି ନଦେଖି ‌ସେଥିରେ ଚଢ଼ି ଯାଉଥିଲେ। ପ୍ଲାଟଫର୍ମରେ ଅଧିକ ଯାତ୍ରୀ ହୋଇଯିବାରୁ ରେଲବାଇ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଯାତ୍ରୀମାନେ ଯେପରି ରେଳଟ୍ରାକ୍‌ ନିକଟକୁ ନ ଯିବେ, ସେଥିପାଇଁ ମାଇକ୍ ଯୋଗେ ଘୋଷଣା କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe